April 7, 2020

ଭୁବନେଶ୍ଵରରେ ଘରେ ଘରେ ଲାଗିବ ଡିଜିଟାଲ ଠିକଣା ବୋର୍ଡ

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ – ବିଏମସି ସ୍ମାର୍ଟ ସିଟିର ଘରେ ଘରେ ଡିଜିଟାଲ ଡୋର ସିଷ୍ଟମ ଅର୍ଥାତ ଘର ନମ୍ବର ପରିବର୍ତ୍ତେ ଆଧୁନିକ ଡିଜିଟାଲ ନମ୍ବର ବ୍ୟବହାର କରିବାକୁ ଯୋଜନା କରୁଛି। ଫଳରେ ରାଜଧାନୀରେ ଆଉ ଘର ଖୋଜିବାକୁ ଅସୁବିଧା ହେବନି। ପୂର୍ବରୁ ଘର ସଂଖ୍ୟା ଅନୁଯାୟୀ ଖୋଜି ବାହାର କରିବା କାଠିକର ପାଠ ହେଉଥିଲା କିନ୍ତୁ ନୂଆ ଯୋଜନା ପ୍ରଣୟନ ହେଲେ ଘରେ ଘରେ ଲାଗିବ ଅକ୍ଷର ଓ ସଂଖ୍ୟାର ଭୌଗଳିକ ଚିହ୍ନଟ ସଂଖ୍ୟା ଯେଉଁଥିରେ ଉଭୟ ଘର, ଘର ସହ ସମ୍ପର୍କିତ ଅନ୍ୟାନ୍ୟ ତଥ୍ୟ ଓ ଘରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା, ବିମାନ ବନ୍ଦର, ବସ ଷ୍ଟେସନ ଓ ଲେନ ବିବରଣୀ।

ବିଏମସିର ଜଣେ ଅଧିକାରୀ କହିଛନ୍ତି, ଏହା ଫଳରେ କୌଣସି ଘରେ ରହୁଥିବା ବ୍ୟକ୍ତିଙ୍କ ବିବରଣୀ ସହ ବିଦ୍ୟୁତ ସଂଯୋଗ, ପାଇପ ଜଳ ସଂଯୋଗ, ସମ୍ପତ୍ତି, ଟାକ୍ସ ଦେୟ ତଥ୍ୟ ମିଳିପାରିବ ଓ ଏସବୁ ସହଜରେ ପରିଚାଳନା କରାଯାଇ ପାରିବ। ଏହି ଯୋଜନାରେ ପ୍ରତ୍ୟେକ ଗୃହକୁ ଏକ ଆଇଡି ବା ପରିଚୟ ସଂଖ୍ୟା ଯୋଗାଇ ଦିଆଯିବ ଏବଂ ତାହା ଭୌଗଳିକ ସୂଚନା ବ୍ୟବସ୍ଥା ପ୍ଲାଟଫର୍ମରେ ଉପଲବ୍ଧ ହେବ। ଆସନ୍ତା ୬ ମାସ ମଧ୍ୟରେ ଏହାକୁ କାର୍ଯ୍ୟକାରୀ କରିବାକୁ ଯୋଜନା ରହିଥିବା ବିଏମସି ଉପ-ଲମିଶନ୍ର ଶ୍ରୀମନ୍ତ ମିଶ୍ର କହିଛନ୍ତି।

Leave a Reply

Your email address will not be published. Required fields are marked *