ମାମଲକାନଗିରି: ଆଦିବାସୀ ମେଳି ପାଇଁ ୧୪୪

ଭୁବନେଶ୍ଵର : ମାଲକାନଗିରିର ବିଏସ୍‌ଏଫ୍‌ ଯବାନମାନେ ରାଜୁ ହନ୍ତାଳକୁ ଉଠାଇ ନେବା ଓ ପରଦିନ ତାର ଶବ ଯନ୍ତାପାଇ ହାଟରୁ ମିଳିବା ଘଟଣା ଏବେ ଭିନ୍ନ ମୋଡ ନେଉଛି। ଏହା ବିରୋଧରେ ଆଦିବାସୀ ମେଳି ଡାକରା ଦିଆଯାଇଥିବା ବେଳେ ପୋଲିସ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି।

ଖବର ଅନୁଯାୟୀ ଗତ ସପ୍ତାହର ଶୁକ୍ରବାର ଚିତ୍ରକୋଣ୍ଡା ବ୍ଲକ୍‌ର ଧୂଳିପୁଟ ଗ୍ରାମପଞ୍ଚାୟତ ଅନ୍ତର୍ଗତ ରାଙ୍ଗିଣିଗୁଡ଼ା ଗାଁର ରାଜୁ ହନ୍ତାଳ ନାମକ ଜଣେ ବ୍ୟକ୍ତିଙ୍କୁ ବିଏସ୍‌ଏଫ୍‌ ଯବାନମାନେ ଯନ୍ତାପାଇ ହାଟରୁ ଉଠାଇ ନେଇଥିଲେ। ତା ପରଦିନ ହାଟରୁ ତାଙ୍କର ଶବ ମିଳିଥିଲା। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଜନ ଅସନ୍ତୋଷ ସୃଷ୍ଟି ହୋଇଥିଲା। ଲୋକେ ପୋଲିସ ଉପରେ ଆକ୍ରମଣ କରିଥିଲେ। ଉତ୍ତେଜନା ଏବେଯାଏ ଥମିନି। ଗତକାଲି ଯନ୍ତାପାଇ ହାଟରେ ବଡ଼ ପ୍ରଜାମେଳି ପାଇଁ ଆଦିବାସୀମାନେ ଡାକରା ଦେଇଥିଲେ। କୌଣସି କାରଣରୁ ତାହା ଆଜିକୁ ଘୁଞ୍ଚିଛି। ଶୁକ୍ରବାର ସେଠାକାର ହାଟପାଳି ହୋଇ ଥିବାରୁ ଅଧିକ ଜନସମାଗମ ହେବ ବୋଲି ଅନୁମାନ କରାଯାଉଛି। ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଲୋକେ ଏକଜୁଟ ହେଉଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।