କଟକରେ ପ୍ରତିଷ୍ଠା ହେବ ୩୦୦ ଶଯ୍ୟା ବିଶିଷ୍ଟ ଆୟୁର୍ବେଦିକ ହସ୍ପିଟାଲ୍‌

ଭୁବନେଶ୍ଵର : କଟକ ନରାଜଠାରେ ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟ ୩୦୦ ଶଯ୍ୟା ବିଶିଷ୍ଟ୍‌ ଏକ ଆୟୁର୍ବେଦ ବିଜ୍ଞାନ ମହାବିଦ୍ୟାଳୟ ଓ ଅନୁସନ୍ଧାନ ଚିକିତ୍ସାଳୟ ପ୍ରତିଷ୍ଠା କରିବ। ଏଥିରେ ୧୦୦ ପ୍ରକାର ଆୟୁର୍ବେଦିକ ଚିକିତ୍ସା ବ୍ୟବସ୍ଥା ରହିବ। ୨୦୨୧ ମସିହାରେ ଏହା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ବୋଲି ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହା ଯାଇଛି। ଆୟୁର୍ବେଦ ଚିକିତ୍ସାଳୟ ପାଇଁ ଆଜି ଭୂମି ପୂଜନ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଶ୍ରୀଶ୍ରୀ ରବିଶଙ୍କର, ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଓ କଟକ ସାଂସଦ ଭର୍ତ୍ତୃହରି ମହତାବ ଯୋଗଦେଇଥିଲେ।

ମତାମତ ଦିଅନ୍ତୁ ।