April 4, 2020

ଡାକ୍ତର ସିବିକେ ମହାନ୍ତି ଡାକ୍ତରୀ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ, ସରୋଜ ସାହୁ ଏସ୍‌ସିବି ଅଧୀକ୍ଷକ

ଭୁବନେଶ୍ୱର : ଡାକ୍ତର ସିବିକେ ମହାନ୍ତିଙ୍କୁ ରାଜ୍ୟ ମେଡିକାଲ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶକ (ଡିଏମଇଟି) ଭାବେ ନିଯୁକ୍ତି ମିଳିଛି। ଡାକ୍ତର ମହାନ୍ତି ଏବେ କଟକସ୍ଥିତ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ସୁପରିଟେଣ୍ଡେଣ୍ଟ୍ (ଇନଚାର୍ଜ) ଭାବେ କାର୍ଯ୍ୟ କରୁଛନ୍ତି।

ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଡାକ୍ତର ମହାନ୍ତିଙ୍କୁ ଡିଏମଇଟି ନିର୍ଦ୍ଦେଶକ ଭାବେ ଉଭୟ ପ୍ରଶାସନିକ ଓ ଆର୍ଥିକ କ୍ଷମତା ମିଳିବ। ସେହିପରି ଡାକ୍ତର ମହାନ୍ତିଙ୍କ ସ୍ଥାନରେ କଟକସ୍ଥିତ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ସୁପରିଟେଣ୍ଡେଣ୍ଟ୍ ଭାବେ ଡାକ୍ତର ସରୋଜ କୁମାର ସାହୁଙ୍କୁ ଅବସ୍ଥାପିତ କରାଯାଇଛି। ଡାକ୍ତର ସାହୁ ଏବେ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲରେ ସର୍ଜରୀ ପ୍ରଫେସର ଭାବେ କାର୍ଯ୍ୟ କରୁଛନ୍ତି। ସେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ କଟକ ମେଡିକାଲ କଲେଜ ଓ ହସ୍ପିଟାଲର ଇନଚାର୍ଜ ସୁପରିଟେଣ୍ଡେଣ୍ଟ୍ ଭାବେ କାର୍ଯ୍ୟ କରିବେ।

Leave a Reply

Your email address will not be published. Required fields are marked *