April 7, 2020

ବିଜେଡିରେ ଯୋଗଦେଲେ ଭି. ରବିନାରାୟଣ ରାଜୁଙ୍କ ସହ ୫୦୦ରୁ ଅଧିକ କଂଗ୍ରେସ କର୍ମୀ

ଭୁବନେଶ୍ୱର : ବିଜୁ ଜନତା ଦଳ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଓ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଦିଗପହଣ୍ଡି ଏନ୍ଏସିର ଦୁଇ ଦୁଇଥର ଅଧ୍ୟକ୍ଷ ହୋଇଥିବା କଂଗ୍ରେସର ଭି. ରବିନାରାୟଣ ରାଜୁ ଏବଂ ୫୦୦ରୁ ଅଧିକ କଂଗ୍ରେସ କର୍ମୀ ଆଜି ନବୀନ ନିବାସ ଆସି ସଭାପତିଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। ଏଥିସହିତ ଗଞ୍ଜାମ ଜିଲ୍ଲା ଯୁବ କଂଗ୍ରେସ ସଂପାଦକ ତିରୁପତି ପାତ୍ର, ପୂର୍ବତନ କାଉନ୍ସିଲର ନୀର ସେଠୀ, ଶିବ ପ୍ରଧାନ, ସଦାନନ୍ଦ ଦୋରା, ରମେଶ କୁଣ୍ଡୁ, ସଦାନନ୍ଦ ସାହୁ, ରବି ଚାନ୍ଦ ପ୍ରମୁଖ କଂଗ୍ରେସ ନେତା ବିଜେଡିରେ ଯୋଗ ଦେଇଛନ୍ତି।
ବିଜେଡି ପ୍ରତି ଆସ୍ଥା ପ୍ରକଟ କରି ଦଳରେ ଯୋଗଦେଇଥିବା ସମସ୍ତ ନେତା ଓ କଂଗ୍ରେସ କର୍ମୀଙ୍କୁ ସଭାପତି
ନବୀନ ପଟ୍ଟନାୟକ ସ୍ୱାଗତ କରିବା ସହ କହିଛନ୍ତି ବିଜୁ ଜନତା ଦଳରେ ଦିଗପହଣ୍ଡି ଏନ୍ଏସିର ବହୁ କଂଗ୍ରେସ
କର୍ମୀ ଯୋଗ ଦେଇଥିବାରୁ ମୁଁ ବହୁତ ଖୁସି। ଏହି ଯୋଗଦାନ ଦିଗପହଣ୍ଡି ଏନ୍ଏସି ସହିତ ଗଞ୍ଜାମ ଜିଲ୍ଲାରେ ବିଜେଡିର ଶକ୍ତି ବୃଦ୍ଧି ହେବାରେ ସହାୟକ ହେବ ।

Leave a Reply

Your email address will not be published. Required fields are marked *