Breaking News ରାଜ୍ୟ

ହାଇକୋର୍ଟ ବିଚାରପତି ଭାବେ ଶପଥ ନେଲେ ବିଭୁ ପ୍ରସାଦ ରାଉତରାୟ

ଭୁବନେଶ୍ଵର : ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ବିଭୁପ୍ରସାଦ ରାଉତରାୟ ଶପଥ ଗ୍ରହଣ କରିଛନ୍ତି। ଆଜି ଅପରାହ୍ନରେ ରାଜ୍ୟପାଳଙ୍କ ଅନୁମତି କ୍ରମେ ରାଜ୍ୟ ଗୃହ ବିଭାଗ ପ୍ରମୁଖ ସଚିବ ସଞ୍ଜିବ ଚୋପ୍ରା ରାଷ୍ଟ୍ରପତିଙ୍କ ଦ୍ୱାରା ପ୍ରଦତ୍ତ ବିଜ୍ଞପ୍ତିକୁ ପଠନ କଲାପରେ ହାଇକୋର୍ଟ ମୁଖ୍ୟ ବିଚାରପତି କେ.ଏସ୍‌. ଝାବେରୀ ରାଉତରାୟଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ହାଇକୋର୍ଟ ବିଚାରପତି ସଞ୍ଜୁ ପଣ୍ଡା, କେ.ଆର୍‌. ମହାପାତ୍ର, ଏ.କେ. ରଥ, ସଙ୍ଗମ ସାହୁ, ବି.ଆର୍‌. ଷଡ଼ଙ୍ଗୀ, ଏ.କେ. ମିଶ୍ର, ଏସ୍‌.କେ. ମିଶ୍ର, ରାଜ୍ୟ ଆଇନ ସଚିବ ସଚ୍ଚିକାନ୍ତ ମିଶ୍ର, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି, ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ, ଡିସିପି ଅଖିଳେଶ୍ୱର ସିଂ, ବିଚାରପତି ବିଭୁ ପ୍ରସାଦ ରାଉତରାୟଙ୍କ ମାତାପିତା ଓ ହାଇକୋର୍ଟ ବାର୍‌ ଆସୋସିଏସନର ବରିଷ୍ଠ ଆଇନଜୀବୀ ଓ ସଦସ୍ୟ ଉପସ୍ଥିତ ଥିଲେ।

ମତାମତ ଦିଅନ୍ତୁ ।