ବିଦ୍ୟୁତ ଖୁଣ୍ଟି ପଡି ଏନ୍‌ଡିଆରଏଫ୍‌ ଟିମ୍ ମୁଖ୍ୟ ଗୁରୁତର

ଭୁବନେଶ୍ଵର : ବାତ୍ୟାରେ ଭାଙ୍ଗିଯାଇଥିବା ଗଛ କାଟିଥିବା ବେଳେ ବିଦ୍ୟୁତ ଖୁଣ୍ଟି ଭାଙ୍ଗି ପଡିବାରୁ ଏନ୍‌ଡିଆରଏଫ୍‌ ଟି ମୁଖ୍ୟ ମନୋରଞ୍ଜନ ପ୍ରସାଦ ଗୁରୁତର ଆହତ ହୋଇଛନ୍ତି। ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଖବର ଅନୁଯାୟୀ ବାତ୍ୟା ବୁଲ୍‌ବୁଲ୍‌ରେ ଭଦ୍ରକ ନାୟକଣିଡିହ ପୋଲିସ ଷ୍ଟେସନ୍‌ରେ ଗଛ ଭାଙ୍ଗି ପଡିଥିଲା। ଆଜି ଏନ୍‌ଡିଆର୍‌ଏଫ୍ ଟିମ୍ ଗଛ କାଟୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି।

ମତାମତ ଦିଅନ୍ତୁ ।