କଟକ: ବାଲିଯାତ୍ରା ସମୟରେ ଲୋକଙ୍କୁ ସେବା ଯୋଗାଇବ ‘ମୋ ରିକ୍ସା’

ଭୁବନେଶ୍ଵର : ପ୍ରଦୂଷଣ ହ୍ରାସ ଓ ରିକ୍ସା ଚାଳକଙ୍କ ରୋଜଗାର ବଢ଼ାଇବା ପାଇଁ କଟକର ବାଲିଯାତ୍ରା ସମୟରେ କଟକରେ ‘ମୋ ରିକ୍ସା’ ବୁଲିବ। ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିବା ବେଳେ ୫ଶହରୁ ଅଧିକ ରିକ୍ସା ଚାଳକଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଛି। ଯାତ୍ରୀଙ୍କୁ ଉତ୍ତମ ସେବା ଯୋଗାଇବା ନିମନ୍ତେ ସେମାନଙ୍କୁ ଦିଆଯାଇଛି ପରାମର୍ଶ। ମୋ ରିକ୍ସା ଯୋଜନାରେ ଶତାଧିକ ରିକ୍ସା ଏକାଠି ହୋଇଥିଲେ। ମାଗଣାରେ ରିକ୍ସାଚାଳକଙ୍କ ବ୍ଲଡ଼ ଗ୍ରୁପ, ପରିଚୟ ପତ୍ର ଓ ଟିସର୍ଟ ଯୋଗାଇ ଦିଆଯାଇ ସହର ପରିକ୍ରମା କରାଯାଇଛି। ଏଭଳି ଯୋଜନାରେ ସାମିଲ ହୋଇଥିବା ରିକ୍ସା ଚାଳକ ମଧ୍ୟ କହିଛନ୍ତି ଆଗରୁ ମଧ୍ୟ ଆମେ ରୋଜଗାର କରୁଥିଲୁ। ବସଷ୍ଟାଣ୍ଡ ଓ ଷ୍ଟେସନ ଭଳି ସ୍ଥାନରେ କେହି ଆମ ସହ ଯିବାକୁ ସନ୍ଦେହ କରୁଥିଲେ ହେଲେ ଏବେ ପରିଚୟପତ୍ର ଓ ଟିସାର୍ଟ ପାଇବା ପରେ ଲୋକେ ଆମକୁ ଆଉ ସନ୍ଦେହ କରିବେନି।

ମତାମତ ଦିଅନ୍ତୁ ।