କୌନ ବନେଗା କରୋଡ୍‍ପତିରେ ଅଚ୍ୟୁତ ସାମନ୍ତ

ଭୁବନେଶ୍ଵର : ଲୋକପ୍ରିୟ ରିଅଲିଟିଶୋ ‘କୌନ୍‍ ବନେଗା କରୋଡ୍‍ପତି’ (କେବିସି)ର ହଟ୍‍ସିଟ୍‍ରେ କିଟ୍‍ ଓ କିସ୍‍ ପ୍ରତଷ୍ଠ।ତା ଅଚ୍ୟୁତ ସାମନ୍ତଙ୍କୁ ଦେଖିବାକୁ ମିଳିବ। ଶୁକ୍ରବାର ରାତି ୯ଟାରେ ସୋନି ଏଣ୍ଟରଟେନ୍‍ମେଣ୍ଟ ଟିଭି ପକ୍ଷରୁ ପ୍ରସାରଣ ହେବାକୁ ଥିବା କୌନ୍‍ ବନେଗା କରୋଡ୍‍ପତିର ‘କର୍ମବୀର’ ଅଧ୍ୟାୟରେ ଶ୍ରୀ ସାମନ୍ତଙ୍କୁ ଖ୍ୟାତି ସମ୍ପନ୍ନ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ସହ ଦେଖିବାକୁ ମିଳିବ। ଏହି ଶୋ’ରେ ଶ୍ରୀ ସାମନ୍ତଙ୍କ ସଂଘର୍ଷପୂର୍ଣ୍ଣ ଜୀବନ ବିଷୟରେ ଜାଣିବାକୁ ବିଗ୍‍ ବି ଅମିତାଭ ବଚ୍ଚନ ବିଭିନ୍ନ ପ୍ରଶ୍ନ ପଚାରି ଥିବା ବେଳେ ଶ୍ରୀ ସାମନ୍ତ ସେ ସଂପର୍କରେ କହିଛନ୍ତି। ଶ୍ରୀ ସାମନ୍ତଙ୍କ ସ୍ୱପ୍ନର କିସ୍‍ ଅନଷ୍ଠୁ।ନର ସଫଳ କାହାଣୀ ଏହି ଶୋ’ରେ ଦେଖିବାକୁ ମଳିବ। ଏହି ଅବସରରେ ଶ୍ରୀ ସାମନ୍ତ ଓଡ଼ିଶାରୁ ନେଇଥିବା ଓଡ଼ିଶା ପ୍ରସିଦ୍ଧ ଛେନାପୋଡ଼ ସହ କିସ୍‍ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ପେଣ୍ଟିଂ ଅମିତାଭଙ୍କୁ ଉପହାର ଦେଇଥିଲେ। ସୂଚନାଯୋଗ୍ୟ, ଅମିତାଭଙ୍କ ସହ ଏଭଳି ଲୋକପ୍ରିୟ କାର୍ଯ୍ୟକ୍ରମରେ ଦୁଇ ଥର ଆସିବାରେ ଶ୍ରୀ ସାମନ୍ତ ହେଉଛନ୍ତି ପ୍ରଥମ ଓଡ଼ିଆ।

ମତାମତ ଦିଅନ୍ତୁ ।