ଗୃହରେ ସ୍ମିତାରାଣୀ ଝଡ଼, ଗାନ୍ଧି ମୂର୍ତ୍ତିତଳେ ବିଜେପି ବିଧାୟକଙ୍କ ଧାରଣା

ଭୁବନେଶ୍ୱର : ବିଧାନସଭାରେ ମିତାରାଣୀ ଝଡ଼ ଥମୁନାହିଁ। ଶୀତ ଅଧିବାସନର ଆଜି ୪ର୍ଥ ଦିନରେ ବି ଏହି ତାତି ଗୃହରେ ଅନୁଭୂତ ହୋଇଛି। ଏହି ପ୍ରସଙ୍ଗ ଆଲୋଚନା କରିବା ପାଇଁ ବାଚସ୍ପତି ସୁଯୋଗ ନ ଦେବାରୁ ଏହାର ପ୍ରତିବାଦରେ ବିଜେପି ବିଧାୟକମାନେ କକ୍ଷତ୍ୟାଗ କରି ଗାନ୍ଧି ମୂର୍ତ୍ତି ତଳେ ଧାରଣା ଦେଇଥିଲେ।

ଶନିବାର ଅଧିବେଶନ ଆରମ୍ଭରୁ ବିଜେପି ସଦସ୍ୟମାନେ ସ୍ମିତାରାଣୀ ପ୍ରସଙ୍ଗ ଉଠାଇ ଛିଡ଼ାହୋଇ ପ୍ରତିବାଦ କରିଥିଲେ। ସେମାନଙ୍କୁ ଆସନରେ ବସିବା ପାଇଁ କୁହାଯାଇଥିଲା। ପରେ ସ୍ମିତାରାଣୀ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବିକରି ବିଜେପି ସଦସ୍ୟମାନେ ଆଲୋଚନା ପାଇଁ ଅଡି ବସିଥିଲେ। କିନ୍ତୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏଥିପାଇଁ ଅନୁମତି ନ ଦେବାରୁ ସେମାନେ କକ୍ଷତ୍ୟାଗ କରି ଗାନ୍ଧି ମୂର୍ତ୍ତି ତଳେ ଧାରଣା ଦେଇଥିଲେ।

ମତାମତ ଦିଅନ୍ତୁ ।