ସ୍ତ୍ରୀକୁ କୁରାଢ଼ିରେ ହାଣିଲା ସ୍ୱାମୀ

ବାରିପଦା : ଘରୋଇ କଳିରୁ ହତ୍ୟାକାଣ୍ଡ। ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ମାଳିହତା ଗାଁରେ ଏହି ଘଟଣା ଘଟିଛି। ସ୍ତ୍ରୀକୁ କୁରାଢ଼ିରେ ହାଣି ହତ୍ୟା କରିଛି ସ୍ୱାମୀ। ଗତ ବିଳମ୍ବିତ ରାତିରେ କୌଣସି କଥାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କଳି ହୋଇଥିଲା। ଏଥିରେ ସ୍ୱାମୀ ଉତକ୍ଷିପ୍ତ ହୋଇ ସ୍ତ୍ରୀକୁ କୁରାଢ଼ିରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିବା ବେଳେ ଅଭିଯୁକ୍ତକୁ ଅଟକ ରଖିଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।