ସୁହାନାଙ୍କ ଗ୍ଲାମରସ୍ ଲୁକ୍

ମୁମ୍ବାଇ : ବଲିଉଡ୍‌ରେ ଆନୁଷ୍ଠାନିକ ଭାବେ ପାଦ ଦେଇନଥିଲେ ମଧ୍ୟ ଅଭିନେତା ଶାହରୁଖ୍‌ ଖାନ୍‌ଙ୍କ ଝିଅ ସୁହାନାଙ୍କର ସୋସିଆଲ ମିଡିଆରେ ବହୁ ସଂଖ୍ୟାରେ ପ୍ରଶଂସକ ଅଛନ୍ତି । ସେ ଏବେ ଇନ୍‌ଷ୍ଟା ଏକାଉଣ୍ଟରେ ନିଜର କିଛି ଫଟୋ ସେୟାର କରିଛନ୍ତି । ସେଥିରେ ତାଙ୍କୁ ଗ୍ଲାମରସ୍‌ ଅନ୍ଦାଜରେ ଦେଖିବାକୁ ମିଳୁଛି ।

ଫଟୋଗୁଡ଼ିକ ମୁମ୍ବାଇରେ ଥିବା ତାଙ୍କ ଘରେ ଉଠାଯାଇଥିବାବେଳେ କଳା ରଙ୍ଗର ଆଉଟଫିଟ୍‌ରେ ସେ ଖୁବ୍‌ ସୁନ୍ଦର ଲାଗୁଛନ୍ତି । ହାତରେ ସୁହାନା ଜେମ୍‌ସ ଡିନ୍‌ଙ୍କ ଏକ ପୁସ୍ତକ ଧରିଥିବାର ଦେଖିବାକୁ ମିଳୁଛି । ପ୍ରଶଂସକ ତାଙ୍କର ଏହି ଫଟୋଗୁଡ଼ିକୁ ଖୁବ୍‌ ଲାଇକ୍‌ କରୁଛନ୍ତି । ସୁହାନା ନ୍ୟୁୟର୍କରେ ଫିଲ୍ମ ନିର୍ମାଣ ସଂପର୍କରେ କୋର୍ସ କରୁଛନ୍ତି । କରୋନା ଭାଇରସ ମହାମାରୀ କାରଣରୁ ଏବେ ମୁମ୍ବାଇରେ ପରିବାର ସହିତ ସମୟ ବିତାଉଛନ୍ତି । ନିକଟରେ ସେ ତାଙ୍କର ୨୦ ତମ ଜନ୍ମଦିନ ପାଳନ କରିଥିଲେ ।

ମତାମତ ଦିଅନ୍ତୁ ।