ସୁନା ବେଶରେ ତିନି ଠାକୁର

ପୁରୀ : ମହାପ୍ରଭୁଙ୍କ ସୁନାବେଶ। ରଥ ଉପରେ ମହଣ ମହଣ ସୁନାରେ ସଜେଇ ହୋଇଥିବା ତିନି ଠାକୁରଙ୍କୁ କରୋନା ପାଇଁ ବଡ଼ଦାଣ୍ଡକୁ ଆସିପାରିନଥିବା ଭକ୍ତ ଟେଲିଭିଜନ୍‌ ଜରିଆରେ ଦର୍ଶନ କରୁଛନ୍ତି। ଶ୍ରୀଜୀଉ କିରୀଟ, ଶ୍ରୀପୟର, ଶ୍ରୀଭୂଜ, କୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ, ଆଡକାନି, ଘାଗଡାମାଳି, କଦମ୍ବମାଳି, ବାହାଡାମାଳି, ତାବିଜ ମାଳି, ସେବତୀ ମାଳି, ହଳ ଓ ମୂଷଳରେ ସଜେଇ ହୋଇଛନ୍ତି।

ଆଜି ସୁନାବେଶ ପାଇଁ ପୁରୀର ମାର୍କେଟ୍ ଛକ, କାକୁଡି ଖାଇ ଛକ ସମେତ ଶ୍ରୀମନ୍ଦିର ସହ ସଂଯୋଗ କରୁଥିବା ସମସ୍ତ ରାସ୍ତାରେ କର୍ଫ୍ୟୁ ବଳବତ୍ତର ରହିଛି। ଆସନ୍ତା ୨୪ ତାରିଖ ସକାଳ ୬ଟା ଯାଏଁ ଏହା ଜାରି ରହିବ।

ସମ୍ବନ୍ଧିତ ଖବର
between image and heading
ମତାମତ ଦିଅନ୍ତୁ

Your email address will not be published.