ସୁନା ଦାମ୍ କମିଲା-ରୂପା ବଢିଲା

ନୂଆଦିଲ୍ଲୀ : ଦିପାବଳୀ ପୂର୍ବରୁ ଘରୋଇ ବଜାରରେ ସୁନା ଦାମ୍ କମିଛି। ଗୁରୁବାର ସନ୍ଧ୍ୟାରେ ପ୍ରତି ୧୦ ଗ୍ରାମ ସୁନାର ମୂଲ୍ୟ ୫୨,୦୫୫ ଟଙ୍କା ରହିଥିଲା। ଶୁକ୍ରବାର ସକାଳେ ସୁନାର ମୂଲ୍ୟ ୧୪୩ ଟଙ୍କା ହ୍ରାସ ପାଇଥିବା ବେଳେ ପ୍ରତି ୧୦ ଗ୍ରାମର ଦାମ୍ ରହିଛି ୫୧,୯୧୨ ଟଙ୍କା। କିନ୍ତୁ ରୂପା ଦାମ୍ ବଢିଛି। ରୂପା କିଲୋଗ୍ରାମର ଦାମ୍ ୬୯୭ ଟଙ୍କା ବୃଦ୍ଧି ହୋଇଛି। ପୂର୍ବରୁ ଏହା ୬୧,୩୪୬ ଟଙ୍କା ଥିବା ବେଳେ ଆଜି ୬୨ ହଜାର ୪୩ ଟଙ୍କାରେ ପହଞ୍ଚିଛି।

ମତାମତ ଦିଅନ୍ତୁ ।