ସୁନା ଦର ତଳକୁ ଖସୂଛି

ନୂଆଦିଲ୍ଲୀ : ଚଳିତ ବର୍ଷ ସୁନାଦର ତଳକୁ ଖାସୁଛି। ଅନ୍ତର୍ଜାତୀୟ ବଜାରରେ ମୂଲ୍ୟ କମୁଥିବାରୁ ଶୁକ୍ରବାର କମୋଡିଟି ବଜାରରେ ସୁନା ଦାମ ୪୩ ହଜାର ନିକଟବର୍ତ୍ତୀ ହୋଇଛି।

ଭାରତୀୟ ବୁଲିୟନ ଓ ଜୁଏଲାରୀ ସଂଘ ପକ୍ଷରୁ ପ୍ରକାଶିତ ତଥ୍ୟ ହେଲା ଶୁକ୍ରବାର ସଂଧ୍ୟାରେ ୨୨ କ୍ୟାରେଟ ସୁନାଦର ୪୩ ହଜାର ଓ ୨୪ କ୍ୟାରେଟ ସୁନା ୪୪୫୨ ଟଙ୍କାକୁ ଖସିଆସିଛି। ଗତ ବର୍ଷ ଅଗଷ୍ଟ ମାସରେ ଏହା ୫୬୨୦୦ ଟଙ୍କା ଛୁଇଁଥିଲା। ଗତ ୬ ମାସର ମୂଲ୍ୟକୁ ଦେଖିଲେ ପ୍ରାୟ ୨୦ ପ୍ରତିଶତ ହ୍ରାସ ପାଇଛି।

ବଜାର ବିଶେଷଜ୍ଞ କହିଛନ୍ତି ଅନ୍ତର୍ଜାତୀୟ ବଜାରରେ ସୁନା ଶସ୍ତା ହେବାରୁ ଭାରତରେ ଦାମ କମୁଛି। ଗତ ବର୍ଷ ଅଗଷ୍ଟରେ ଅନ୍ତର୍ଜାତୀୟ ବଜାରରେ ସୁନା ଆଉନ୍ସ ଅର୍ଥାତ ୩୧ ଗ୍ରାମ ପିଛା ୨ ହଜାର ଡଲାର ଟପିଯାଇଥିଲା। କିନ୍ତୁ ଗତ ଗୁରୁବାର ୧୭୦୦ ଡଲାରକୁ ଖସିଛି। ନିବେଶକମାନେ ସୁନା ତୁଳନାରେ ଆମେରିକା ସରକାରଙ୍କ ବଣ୍ଡରେ ନିବେଶରୁ ଅଧିକ ଲାଭ ପାଉଥିବାରୁ ଦର କମୁଛି। କେତେକଙ୍କ ମତ ଆସନ୍ତା ଜୁନ ସୁଦ୍ଧା ସୁନା ଆଉନ୍ସ ପିଛା ମୂଲ୍ୟ ୧୫ଶହ ଡଲାର ନିକଟବର୍ତ୍ତୀ ହୋଇଯିବ। ଯଦି ଏପରି ହେଲା ତେବେ ଭାରତରେ ସୁନାଦର ୪୦ ହଜାର ତଳକୁ ଖସିବାର ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *

Back to top button