ସୁନା-ରୁପା ଦାମ୍ ବଢିଲା ବଢିଲା

ନୂଆଦିଲ୍ଲୀ : ଦେଶରେ ଆଜି ସୁନା-ରୁପା ମୂଲ୍ୟ ବୃଦ୍ଧି ପାଇଛି। ସୋମବାରଦିନ ଦିଲ୍ଲୀରେ ସୁନା ୧୦ ଗ୍ରାମ ପିଛା ୪୧୧ ଟଙ୍କା ବୃଦ୍ଧି ପାଇ ୪୭,୨୯୧ ଟଙ୍କାରେ ପହଞ୍ଚିଛି। ସେହିପରି ରୁପା କିଲୋଗ୍ରାମ ପିଛା ୩୩୮ ଟଙ୍କା ବୃଦ୍ଧି ପାଇ ୬୮,୩୩୫ ଟଙ୍କା ହୋଇଛି।

ସେହିପରି ଅନ୍ତର୍ଜାତୀୟ ବଜାରରେ ସୁନା ଦର ଆଉନ୍ସ ପିଛା ୧୭୮୭ ଡଲାରକୁ ବୃଦ୍ଧି ପାଇଥିବାବେଳେ ରୁପା ଆଉନ୍ସ ପିଛା ୨୬.୦୮ ଡଲାରକୁ ବୃଦ୍ଧି ପାଇଛି। କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଇବାରୁ ପୁଞ୍ଜି ବଜାରରେ ହ୍ରାସ ପରିଲକ୍ଷିତ ହୋଇଛି। ନିବେଶକମାନେ ଷ୍ଟକବଜାରରେ ନିବେଶ କରିବା ଅପେକ୍ଷା ବୁଲିୟନ (ସୁନା,ରୁପା)ରେ ନିବେଶକୁ ସୁରକ୍ଷିତ ମନେ କରୁଛନ୍ତି। ଫଳରେ ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୁପାଦର ବୃଦ୍ଧି ପାଉଛି। ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବା ଯୋଗୁ ଘରୋଇ ବଜାରରେ ସୁନା ଦର ବୃଦ୍ଧି ପାଉଛି।

Leave a Reply

Your email address will not be published. Required fields are marked *

Back to top button