ସୁନା ଓ ରୁପା ଦାମ୍ କମିଲା

ନୂଆଦିଲ୍ଲୀ : ଅନ୍ତରାଷ୍ଟ୍ରୀୟ ସ୍ତରରେ ସୁନାର ଦାମ୍ ତଳକୁ ଖସିଛି। କମେକ୍ସରେ ସୁନାର ଦାମ୍ ହ୍ରାସ ପାଇଥିବାରୁ ଘରୋଇ ବଜାରରେ ସୁନାର ଦାମ୍ କମିଛି। ଦିଲ୍ଲୀ ଗହଣା ବଜାରରେ ସୋମବାର ସୁନାଦର ୧୦ ଗ୍ରାମ ପ୍ରତି ୫୧ ହଜାର ଟଙ୍କାରେ ପହଁଚିଛି। ସେହିପରି ରୁପାର ଦାମ୍ କୋଲୋ ଗ୍ରାମ୍ ପିଛା ୭୫୩ ଟଙ୍କା ଶସ୍ତା ହୋଇଛି। ସୋମବାର ଦିଲ୍ଲୀ ଗହଣା ବଜାରରେ ସୁନାଦର ୧୦ ଗ୍ରାମ ପିଛା ୫୯ ଟଙ୍କା ହ୍ରାସ ପାଇ ୫୧,୦୩୪ ରହିଛି। ଏହାପୂର୍ବରୁ ଦାମ୍ ୫୧,୦୯୩ ଟଙ୍କା ରହିଥିଲା। ଅନ୍ତରାଷ୍ଟ୍ରୀୟ ବଜାରରେ ଦର ଆଉନ୍ସ ପିଛା ରହିଛି ୧୯୦୧ ଡଲାର। ତେବେ ଦୀପାବଳି ପରେ ସୁନା ଦାମ୍ ବଢିବ ବୋଲି ବିଶେଷଜ୍ଞମାନେ କହୁଛନ୍ତି।

ମତାମତ ଦିଅନ୍ତୁ ।