ସୁନା-ରୂପା ଦାମ୍ କମିଲା

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ସ୍ତରରେ ମୂଲ୍ୟ କମିବା ପରେ ଘରୋଇ ବଜାରରେ ସୁନା-ରୂପା ଦାମ୍ ହ୍ରାସ ପାଇଛି। ବୁଧବାର ଦିଲ୍ଲୀ ସର୍ରୋଫା ବଜାରରେ ସୁନା ଦାମ୍ ପ୍ରତି ୧୦ ଗ୍ରାମ ପିଛା ୬୪୦ ଟଙ୍କା ଶସ୍ତା ହୋଇଥିବା ବେଳେ ରୂପା କିଲୋଗ୍ରାମ ଦାମ ୩୧୧୨ ଟଙ୍କା ଶସ୍ତା ହୋଇଛି।

ବୁଧବାର ଦିଲ୍ଲୀ ସର୍ରୋଫା ବଜାରରେ ୯୯.୯ ପ୍ରତିଶତ ଶୁଦ୍ଧ ସୁନାର ଦାମ୍ ପ୍ରତି ୧୦ ଗ୍ରାମ ପିଛା ମୂଲ୍ୟ ୫୪,୨୬୯ ଟଙ୍କା ହୋଇଛି। ପୂର୍ବ ଦାମ୍ ଠାରୁ କମିଛି ୬୪୦ ଟଙ୍କା। ମୁମ୍ବାଇରେ ଏହି ମୂଲ୍ୟ ରହିଛି ୫୩,୪୩୪ ଟଙ୍କା। ସେହିପରି ଦିଲ୍ଲୀରେ ଏକ କିଲୋଗ୍ରାମ ରୂପାର ଦାମ୍ ହୋଇଛି ୬୯,୪୫୦ ଟଙ୍କା। ୩୧୧୨ ଟଙ୍କା ହ୍ରାସ ପାଇଛି। ମୁମ୍ବାଇରେ ରୂପା ଦାମ୍ ରହିଛି ୬୭୧୩୫ ଟଙ୍କା।

ମତାମତ ଦିଅନ୍ତୁ ।