ସୁନା-ରୂପା ଦାମ୍ ତଳକୁ ଖସିଲା

ନୂଆଦିଲ୍ଲୀ : ଭାରତୀୟ ବଜାରରେ ସୁନା-ରୂପା ଦାମ ତଳକୁ ଖସିଛି। ଦିଲ୍ଲୀ ସର୍ରୋଫା ବଜାରରେ ସୁନା ପ୍ରତି ୧୦ ଗ୍ରାମରେ ଦାମ୍ ୬୭୯ ଟଙ୍କା ଓ କିଗ୍ରାରେ ୧୮୪୭ ଟଙ୍କା ହ୍ରାସ ପାଇଛି।

ମଙ୍ଗଳବାର ରାଜଧାନୀ ଦିଲ୍ଲୀରେ ୯୯.୯ ଗ୍ରାମ ଶୁଦ୍ଧ ସୁନାର ପ୍ରତି ୧୦ ଗ୍ରାମର ଦାମ୍ ହୋଇଛି ୪୪,୭୬୦ ଟଙ୍କା। ସେହିପରି ଦାମ୍ ୧୮୪୭ ଟଙ୍କା ଖସିବା ପରେ ରୂପା କିଲୋଗ୍ରାମ ଦାମ୍ ୬୭,୦୭୩ ଟଙ୍କା। ଏହାଛଡା ଅନ୍ତର୍ଜାତୀୟ ବଜାରରେ ରୂପା ପ୍ରତି ଆଉନ୍ସର ଦାମ୍ ୨୬.୦୮ ଡଲାର ପହଞ୍ଚି ଥିବାବେଳେ ସୁନା ଆଉନ୍ସର ଦାମ୍ ୧୭୧୯ ଡଲାରରେ ପହଞ୍ଚିଛି।

Leave a Reply

Your email address will not be published. Required fields are marked *

Back to top button