ସୁନା-ରୂପା ଶସ୍ତା ହେଲା

ନୂଆଦିଲ୍ଲୀ : ଘରୋଇ ବଜାରରେ ସୁନା-ରୂପା ଶସ୍ତା ହୋଇଛି। ଗୁରୁବାର ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ସୁନା ୦.୩ ପ୍ରତିଶତ ହ୍ରାସ ପାଇ ପ୍ରତି ୧୦ ଗ୍ରାମର ମୂଲ୍ୟ ହୋଇଛି ୫୦,୧୮୦ ଟଙ୍କା। ରୂପା ଦାମ୍ ୦.୮ ପ୍ରତିଶତ ହ୍ରାସ ପାଇଛି। ପ୍ରତି କିଲୋଗ୍ରାମ ଦାମ ହୋଇଛି ୬୨,୦୪୩ ଟଙ୍କା। ମୋଟାମୋଟି କୁହାଗଲେ ଆଜି ସୁନା ମୂଲ୍ୟ ପ୍ରାୟ ୪୫୦ ଟଙ୍କା କମିଥିବା ବେଳେ ରୂପା ୭୧୮ ଟଙ୍କା ଶସ୍ତା ହୋଇଛି।

ମତାମତ ଦିଅନ୍ତୁ ।