ସୁନା-ରୁପା ଶସ୍ତା ହେଲା

ନୂଆଦିଲ୍ଲୀ : ଦିଲ୍ଲୀର ସରଫା ବଜାରରେ ସୁନା ଓ ରୁପା ଶସ୍ତା ହୋଇଛି। ଇଣ୍ଡିଆ ବୁଲିୟନ ଆଣ୍ଡ ଜୁଏଲର୍ସ ଆସୋସିଏସନ ସୂଚନା ଅନୁଯାୟୀ ସୋମବାର ଅକ୍ଟୋବର ୧୮ ତାରିଖ ସକାଳେ ୨୪ କ୍ୟାରେଟ ସୁନା ଦର ୭୪୬ଟଙ୍କା ହ୍ରାସ ପାଇଛି। ଏଥିସହ ୨୪ କ୍ୟାରେଟ ସୁନା ଦର ପ୍ରତି ୧୦ ଗ୍ରାମ ଦର ହୋଇଛି ୪୭୩୭୯ଟଙ୍କା। ସେହିପରି ରୁପା ମୂଲ୍ୟ ୭୩୪ଟଙ୍କା ହ୍ରାସ ପାଇ ପ୍ରତି କିଲୋ ପିଛା ୬୩୧୮୯ଟଙ୍କା ରହିଛି।

ନବରାତ୍ରି ସମୟରେ ଭାରତୀୟ ସରଫା ବଜାରରେ ବିଜୟାଦଶମୀର ଗୋଟିଏ ଦିନ ପୂର୍ବରୁ ସୁନା ଦର ୪୭୨ଟଙ୍କା ଓ ରୁପା ଦର ୫୫୭ଟଙ୍କା ହ୍ରାସ ପାଇଥିବା ଖବର ମିଳିଛି। ତେବେ ୯୯୯ଶୁଦ୍ଧତା ସୁନା ପ୍ରତି ୧୦ ଗ୍ରାମ ପିଛା ୪୭୩୭୯ଟଙ୍କା ଥିବା ବେଳେ ୯୯୫ ଶୁଦ୍ଧତା ଥିବା ସୁନା ପ୍ରତି ୧୦ ଗ୍ରାମ ପିଛା ୪୭୧୮୯ଟଙ୍କା ରହିଛି। ସେହିପରି ୯୧୬ ଶୁଦ୍ଧତା ସୁନା ପ୍ରତି ଗ୍ରାମ ୧୦ ପିଛା ୪୩୩୯୯ଟଙ୍କା, ୭୫୦ ଶୁଦ୍ଧତା ସୁନା ୩୫୫୩୪ଟଙ୍କା ଓ ୫୮୫ ଶୁଦ୍ଧତା ସୁନା ୨୭୭୧୭ଟଙ୍କାରେ ପହଞ୍ଚିଛି।

Leave a Reply

Your email address will not be published. Required fields are marked *

Back to top button