ସୁନ୍ଦର ନଖ ପାଇଁ ଆପଣାନ୍ତୁ ସହଜ ଉପାୟ

ସୁନ୍ଦର ଦିଶିବା ପାଇଁ ସମସ୍ତେ ଚାହାନ୍ତି। ସେଥିପାଇଁ ତ୍ୱଚାର ସୁନ୍ଦରତା ସହିତ ହାତର ନଖ ପ୍ରତି ଉପରେ ଦ୍ରୁଷ୍ଟି ଦେବାକୁ ପଡ଼ିଥାଏ। ନଖରେ କରାଯାଏ ବିଭିନ୍ନ ସୁନ୍ଦର ସୁନ୍ଦର ନେଲ୍‍ ଆର୍ଟ। କୁନ୍ତୁ ଦେଖାଯାଇଛି ଅନେକ ଯୁବତୀଙ୍କ ନଖ ଅପେକ୍ଷାକୃତ ଦୁର୍ବଳ। ଯାହା ସହଜରେ ଭାଙ୍ଗି ଯାଏ। ଏହି ସମସ୍ୟାରୁ ମୁକ୍ତି ଏବଂ ନଖ ଶକ୍ତ ଓ ସୁନ୍ଦର କରିବା ପାଇଁ ରସୁଣର ବ୍ୟବହାର କରିପାରିବେ। ରସୁଣ ଦୁର୍ବଳ ସହଜରେ ଭାଙ୍ଗିଯାଉଥିବା ନଖ ପାଇଁ ଖୁବ ହିତକାରକ। ଜାଣନ୍ତୁ ନଖ ପାଇଁ କିପରି କରିବେ ରସୁଣର ବ୍ୟବହାର ……

ରସୁଣ ଓ ଅଭିଲ ଅଏଲ – ୨ ରୁ ୩ଟି ରସୁଣକୁ ପେଷ୍ଟକରି ଅଲିଭ ଅଏଲରେ ମିଶାଇ ନଖରେ ଲଗାନ୍ତୁ। ଏକ ଘଣ୍ଟା ପରେ ଭଲ ଭାବେ ଧୋଇ ଦିଅନ୍ତୁ। ଏହା ନଖ ପାଇଁ ବେଶ ଲାଭଦାୟକ। ରସୁଣରେ ଆଣ୍ଟି-ସେଫଟିକ ଗୁଣ ରହିଥିବାରୁ ନଖର ବହୁ ସମସ୍ୟାକୁ ଦୂର କରିଥାଏ।

ରସୁଣର ପାଣି – ୨ ରୁ ୪ଟି ରସୁଣର ଚୋପା ଛଡ଼ାଇ ଏହାକୁ ଏକ ପାତ୍ରରେ ପାଣି ନେଇ ବତୁରାଇ ରଖି ଦିଅନ୍ତୁ। ଏହାପରେ ରସୁଣକୁ କାଢି ଏହାର ପାଣିରେ ହାତକୁ ବୁଡ଼ାଇ ୧୦ ରୁ ୧୫ ମିନିଟ ରଖନ୍ତୁ। ପରେ ସାଧାରଣ ପାଣିରେ ହାତ ଧୋଇ ଦିଅନ୍ତୁ।

ରସୁଣ ପେଷ୍ଟ ପ୍ରସ୍ତୁତ କରି ଲଗାନ୍ତୁ – ୪ ରୁ ୫ଟି ରସୁଣ ନେଇ ଏହାର ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ଅଳ୍ପ ନେଲପଲିସ ଥିବା ବୋତଲରେ ଭଲ ଭାବେ ମିଶାଇ ରଖନ୍ତୁ। ନେଲପଲିସ ଲଗାଇବା ଭଳି ଏହାକୁ ଲଗାଇ ୧ ରୁ ୨ ଘଣ୍ଟା ରଖି ଉଷୁମ ପାଣିରେ ହାତ ଧୋଇବା ପରେ ସେହି ନେଲପଲିସକୁ ଛଡ଼ାଇ ଦିଅନ୍ତୁ।

ମତାମତ ଦିଅନ୍ତୁ ।