ସୁନ୍ଦରଗଡ଼ : ୫ ଡକାୟତ ଗିରଫ, ମାରଣାସ୍ତ୍ର ଜବତ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଟାଉନଥାନା ଅନ୍ତର୍ଗତ ଭବାନୀପୁର ବାଇପାସ୍‌ ରୋଡ୍‌ରେ ଡକାୟତି ପାଇଁ ଯୋଜନା କରୁଥିବା ୫ ଜଣଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କ ନିକଟରୁ ୩ଟି ବାଇକ ଓ ମାରଣସ୍ତ୍ର ଜବତ କରିଛି ପୋଲିସର ଏକ ସ୍ଵତନ୍ତ୍ର ଟିମ୍।

ଅଭିଯୁକ୍ତମାନେ ହେଲେ ସୁନ୍ଦରଗଡ଼ ସହରର ମହମ୍ମଦ ମୋବିନ, ଦେବାଶିଷ ତନ୍ତୀ, ମନୀଷ ତନ୍ତୀ, ସିଦ୍ଧାର୍ଥ ପଣ୍ଡା ଓ଼ ସୁରେଶ କୁସୁମ। ସେମାନଙ୍କଠାରୁ ଏକ ଦେଶୀ ବନ୍ଧୁକ, ୩ଟି ଭୁଜାଲି, ୩ଟି ମୋବାଇଲ, ୩ଟି ବାଇକ୍‌ ଓ ଲଙ୍କାଗୁଣ୍ଡ ସହିତ ନଗଦ ୧୪,୧୭୦ ଟଙ୍କା ଜବତ କରାଯାଇଛି। ସଦର ଏସ୍‌ଡିପିଓ ମଧୁସିକ୍ତା ମିଶ୍ର ଟାଉନ ଥାନା ପରିସରରେ ଆୟୋଜିତ ସାମ୍ଵାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button