ସୁନ୍ଦରଗଡ଼ରେ ଵିଭିନ୍ନ ପ୍ରକଳ୍ପ କାମର ଅନୁଧ୍ୟାନ ଉନ୍ନୟନ କମିସନର୍

ସୁନ୍ଦରଗଡ଼ : ସୁନ୍ଦରଗଡ ଜିଲ୍ଲାର ଵିଭିନ୍ନ ବ୍ଲକ ଅଞ୍ଚଳରେ ଚାଲିଥିବା ଉନ୍ନୟନ ପ୍ରକଳ୍ପ କାମର ଆଜି ଅନୁଧ୍ୟାନ କରିଛନ୍ତି ଉନ୍ନୟନ କମିସନର୍ ପ୍ରଦୀପ କୁମାର ଜେନା। ଵୁଧଵାର ଝାରସୁଗୁଡ଼ାରେ ଉନ୍ନୟନ ପ୍ରକଳ୍ପ ପରିଦର୍ଶନ, ସମୀକ୍ଷା ଓ କୋଭିଡ ମୁକାବିଲା ସମ୍ପର୍କରେ ଆଲୋଚନା କରିଥିଲେ।

ଖବର ଅନୁଯାୟୀ ଉନ୍ନୟନ କମିସନର୍ ଶ୍ରୀ ଜେନା ପ୍ରଥମେ ଲେଫ୍ରିପଡ଼ା ବ୍ଲକକୁ ଯାଇ କାଦୋମାଲ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଅନୁଦାନରେ ନିର୍ମିତ କ୍ଷୁଦ୍ର ଜଳସେଚନ ବ୍ୟଵସ୍ଥା ଦେଖିଥିଲେ। ଏହି ସମୟରେ ସେ ଚାଷୀ ଓ ପାଣି ପଞ୍ଚାୟତ କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରିଥିଲେ। ସେହିପରି ସରଫଗଡ଼ରେ ବିଭିନ୍ନ ବିକାଶମୂଳକ କାମ ଅନୁଧ୍ୟାନ କରି ଫେରିବା ବାଟରେ ସୁର୍ଗୁଡା ଠାରେ ମା’ ଗୃହ ପରିଦର୍ଶନ କରିଥିଲେ। ଏହାର ପରିଚାଳକ ଓ ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ। ଟାଙ୍ଗରପାଲି ବ୍ଲକ, ସଦର ବ୍ଲକ ଅଞ୍ଚଳରେ ମଧ୍ୟ ପ୍ରକଳ୍ପ ଵୁଲି ଦେଖିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button