ସୁନ୍ଦରଗଡ଼ରେ ଦ୍ଵିତୀୟ ଏମ୍ସ : କେନ୍ଦ୍ର ବୈଷୟିକ ଟିମର ଭିତ୍ତିଭୂମି ଅନୁଧ୍ୟାନ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଏନଟିପିସି ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲରେ ଓଡ଼ିଶାର ଦ୍ଵିତୀୟ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ (ଏମ୍ସ) ପ୍ରତିଷ୍ଠା ପ୍ରସ୍ତାବ ରହିଛି। ଭୁଵନେଶ୍ଵର ଏମ୍ସ ନିର୍ଦ୍ଦେଶିକା ଵି. ଗୀତାଞ୍ଜଳିଙ୍କ ନେତୃତ୍ଵରେ ୯ ଜଣିଆ କେନ୍ଦ୍ରୀୟ ଵୈଷୟିକ ଟିମ୍ ସୁନ୍ଦରଗଡ଼ ଆସି ଭିତ୍ତିଭୂମିର ଅନୁଧ୍ୟାନ କରିଛନ୍ତି।

ଏହି ଟିମରେ ନୂଆଦିଲ୍ଲୀ ଏମ୍ସ ମେଡିକାଲ ଅଧୀକ୍ଷକ ଡ. ଡି.କେ. ଶର୍ମା, ନୂଆଦିଲ୍ଲୀ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ଭେଷଜ ଶିକ୍ଷା ନିର୍ଦ୍ଦେଶକ ଡ. ସଂଜୟ ରଏ, ନିର୍ଦ୍ଦେଶକ ନରେନ୍ଦ୍ର କୁମାର ଓଝା, ନୂଆଦିଲ୍ଲୀ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ବରିଷ୍ଠ ସ୍ଥପତି ରାଜୀବ କନୌଜିଆ, ଓଡ଼ିଶା ସରକାରଙ୍କ ଭେଷଜ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟର ଡ. ସି.ବି.କେ. ମହାନ୍ତି, ବ୍ରଜକିଶୋର ଦାସ, ପ୍ରକାଶଚନ୍ଦ୍ର ମହାନ୍ତି ଓ ଭୁବନେଶ୍ଵର ଏମ୍ସ ଉପ ନିର୍ଦ୍ଦେଶକ ପି.କେ. ରାୟ ରହିଛନ୍ତି। ଵୈଷୟିକ ଟିମ୍ ଭିତ୍ତିଭୂମି ନିରୀକ୍ଷଣ କରି କେନ୍ଦ୍ରକୁ ରିପୋର୍ଟ ଦେବା ପରେ କେନ୍ଦ୍ର ସ୍ଵାସ୍ଥ୍ୟ ଵିଭାଗ ତର୍ଜମା କରି ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିଵ ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button