ସନ୍ନି ଲିଓନୀଙ୍କୁ କ୍ରାଇମ ବ୍ରାଞ୍ଚର ଜେରା

ମୁମ୍ବାଇ : ବଲିଉଡର ବୋଲ୍ଡ ଅଭିନେତ୍ରୀ ତଥା ବେବି ଡଲ୍ ଭାବରେ ଲୋକପ୍ରିୟ ସନ୍ନି ଲିଓନୀଙ୍କ ପାଇଁ ସମସ୍ତେ ଦିଓ୍ବାନା । ସେ ତାଙ୍କର ଲୁକ୍ସକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ନିକଟରେ ପୁଣି ଥରେ ସନ୍ନି ଲିଓନୀ ଚର୍ଚ୍ଚାର ବିଷୟ ପାଲଟିଛନ୍ତି କିନ୍ତୁ ଏଥର ଏହାର ପଛର କାରଣ ଅଭିନେତ୍ରୀଙ୍କ ଉପରେ ଲାଗିଥିବା ଠକାମୀର ଅଭିଯୋଗ । ଏହି ମାମଲା ସାମ୍ନାକୁ ଆସିବା ପରେ କ୍ରାଇମବ୍ରାଞ୍ଚ ସନ୍ନି ଲିଓନୀଙ୍କୁ ଘଣ୍ଟାଘଣ୍ଟା ଧରି ପଚରାଉଚରା କରିଛି ।

ସୂଚନା ଅନୁସାରେ, ଜଣେ ବ୍ୟକ୍ତି ସନ୍ନି ଲିଓନୀଙ୍କ ଉପରେ ୨୯ଲକ୍ଷ ଟଙ୍କାର ଠକେଇ କରିଥିବା ଅଭିଯୋଗ ଆଣିଛନ୍ତି । ପେରୁ ମବରୁରରେ ରହୁଥିବା ଆର ଶ୍ରେୟସ ନାମକ ଜଣେ ବ୍ୟକ୍ତି ସନ୍ନି ଲିଓନଙ୍କ ବିରୋଧରେ ଏହି ଅଭିଯୋଗ କରିଛନ୍ତି । ଏବେ ସନ୍ନି ଲିଓନୀ କେରଳରେ ରହି ଛୁଟି ଉପଭୋଗ କରୁଛନ୍ତି । ଆର ଶ୍ରେୟସ ମାମଲାରେ ଦର୍ଶାଇଛନ୍ତି ଯେ, ସନ୍ନି ଲିଓନୀ ତାଙ୍କଠାରୁ ୨୯ଲକ୍ଷ ଟଙ୍କାର ଠକେଇ  କରିଛନ୍ତି ।

ଶ୍ରେୟସ ତାଙ୍କ ଅଭିଯୋଗ ରେ କହିଛନ୍ତି ସେ ସନ୍ନିଙ୍କୁ ଦୁଇଟି ଇଭେଣ୍ଟ ପାଇଁ ଏହି ଟଙ୍କା ଦେଇଥିଲେ । କିନ୍ତୁ, ସେ ଇଭେଣ୍ଟକୁ ଆସିବାକୁ ମନା କରିଦେଇଥିଲେ । ପରେ ଟଙ୍କା ମଧ୍ୟ ଫେରାଇନଥିଲେ । ଯାହାଫଳରେ ବାଧ୍ୟ ହୋଇ ଉକ୍ତ ବ୍ୟକ୍ତିଜଣକ ଥାନାରେ ମାମଲଶ ରୁଜୁ କରିଥିଲେ । ଯାହାଫଳରେ କ୍ରାଇମ ବ୍ରାଞ୍ଚ ସନ୍ନି ଲିଓନୀଙ୍କୁ ଏହି ମାମଲାରେ ପଚାର ଉଚରା କରିଛି ।

Leave a Reply

Your email address will not be published. Required fields are marked *

Back to top button