ସୁପ୍ରିମକୋର୍ଟରେ ବର୍ଷାଙ୍କ ପିଟିସନର ଶୁଣାଣି ୧୬ରେ

ନୂଆଦିଲ୍ଲୀ : ଆସନ୍ତା ୧୬ (ଅକ୍ଟୋବର)ରେ ସୁପ୍ରିମକୋର୍ଟରେ ହେବ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲାର ଶୁଣାଣି। ହୃଷିକେଶ ରାୟଙ୍କ ଜଣିକିଆ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହେବ। ଦିଲ୍ଲୀ ପଟିଆଲା କୋର୍ଟରେ ଅନୁଭବ ଛାଡ଼ପତ୍ର ମାମଲା ଦାଖଲ କରିଛନ୍ତି। ଏହାକୁ କଟକ ପାରିବାରିକ ଅଦାଲତକୁ ସ୍ଥାନାନ୍ତର କରିବା ଲାଗି ବର୍ଷା ପ୍ରିୟଦର୍ଶିନୀ ପକ୍ଷରୁ ଏକ ଟ୍ରାନ୍ସଫର ପିଟିସନ ଦାଖଲ କରାଯାଇଥିଲା।

ମତାମତ ଦିଅନ୍ତୁ ।