ସୁପ୍ରିମକୋର୍ଟରେ କୋଭିଡ ମାମଲା : ଆମିକସ୍ କ୍ୟୁରି ପଦରୁ ଓହରି ଯିବାକୁ ହରିଶ ସାଲଭେଙ୍କ ଆବେଦନ

ନୂଆଦିଲ୍ଲୀ : ଆମିକସ୍ କ୍ୟୁରି ପଦବୀର ଓହରି ଯିବାକୁ ଆଡଭୋକେଟ୍ ହରିଶ ସାଲଭେ ଅଦାଲତଙ୍କ ସୁପ୍ରିମକୋର୍ଟଙ୍କ ଅନୁମତି ମାଗିଛନ୍ତି। ଦେଶରେ କୋଭିଡ-୧୯ ସଂକଟର ମୁକାବିଲା କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଭୁମିକାକୁ ନେଇ ଜନସ୍ୱାର୍ଥ ମାମଲା ହୋଇଛି। ଏହାର ଶୁଣାଣିରେ କୋର୍ଟଙ୍କୁ ସହଯୋଗ କରିବା ପାଇଁ ଆମିକସ୍ କ୍ୟୁରି ଭାବେ ଆଡଭୋକେଟ୍ ହରିଶ ସାଲଭେ ନିଯୁକ୍ତି ଦିଆଯାଇଥିଲା।

ଆଡଭୋକେଟ୍ ହରିଶ୍ ଆବେଦନରେ କହିଛନ୍ତି କୋର୍ଟ ଶୁଣାଣି କରିବାକୁ ଯାଉଥିବା ଏହି ମାମଲା ସ୍ପର୍ଶକାତର ମାମଲାଗୁଡିକ ଭିତରୁ ଅନ୍ୟତମ। ଦେଶ କରୋନା ସଂକ୍ରମଣକୁ ନେଇ ଉଦବେଗଜନକ ସ୍ଥିତିରେ ରହିଛି। କୋର୍ଟ ପୂର୍ବରୁ ଏଭଳି ସ୍ପର୍ଶକାତର ମାମଲାର ପରିଚାଳନା କରି ନଥିବେ। ମୁଖ୍ୟ ବିଚାରପତିଙ୍କ ସହ ମୋର ସଂପର୍କ ଥିବାରୁ ମୋତେ ଆମିକସ୍ କ୍ୟୁରି ଭାବେ ନିଯୁକ୍ତି ମିଳିଛି। ହେଲେ ଏଭଳି ଗୁରୁତ୍ୱହୀନ ନିଯୁକ୍ତି ଗ୍ରହଣ କରିବାକୁ ପ୍ରସ୍ତୁତ ନଥିବା ସେ କହିଛନ୍ତି।

ସୂଚନାଯୋଗ୍ୟ ହରିଶଙ୍କ ନିଯୁକ୍ତି ପ୍ରସଙ୍ଗକୁ ନେଇ ବିରୋଧିଦଳ ଗୁଡିକ ମାନେ ଆପତ୍ତି ଉଠାଇଥିଲେ। ପ୍ରଧାନ ବିଚାରପତି କହିଥିଲେ ସାଲଭେଙ୍କୁ ନିଯୁକ୍ତ କରିବା ଖଣ୍ଡପୀଠଙ୍କର ସାମୁହିକ ନିଷ୍ପତ୍ତି ଥିଲା। ପଦବୀର ଓହରି ଯିବାକୁ ସାଲଭେ ଅନୁମତି ମାଗିବା ପରେ ପ୍ରଧାନ ବିଚାରପତି କହିଛନ୍ତି ଏବେ ଆମେ ଚିହ୍ନି ନଥିବା ଜଣେ ଆଡଭୋକେଟଙ୍କୁ ଆମିକସ୍ କ୍ୟୁରି ଭାବେ ନିଯୁକ୍ତ କରିବାକୁ ସନ୍ଧାନ ନେବୁ। ଆସନ୍ତା ମଙ୍ଗଳବାର ଏହି ଜନସ୍ୱାର୍ଥମାମଲାର ଶୁଣାଣି କରାଯିବ ବୋଲି ତାରିଖ ଧାର୍ଯ୍ୟ ହୋଇଛି।

Leave a Reply

Your email address will not be published. Required fields are marked *

Back to top button