ସୁପ୍ରିମକୋର୍ଟରେ ସଚିନ ପାଇଲଟଙ୍କୁ ଆଶ୍ୱସ୍ତି

ନୂଆଦିଲ୍ଲୀ : ରାଜସ୍ଥାନ କଂଗ୍ରେସରେ ବିବାଦ କୋର୍ଟକୁ ଯାଇଛି। ସଚିନ ପାଇଲଟ ଓ ସମର୍ଥକଙ୍କୁ ସୁପ୍ରିମକୋର୍ଟରୁ ମିଳିଛି ଆଶ୍ୱସ୍ତି। ରାଜସ୍ଥାନ ହାଇକୋର୍ଟ ଦେଇଥିବା ରୁଲିଂ ଉପରେ ରୋକ ଲଗାଇବାକୁ ବାଚସ୍ପତି ସିପି ଯୋଶୀ ଆବେଦନ କରିଥିଲେ। କିନ୍ତୁ କୋର୍ଟ ମନା କରି ଦେଇଛନ୍ତି। ଫଳରେ ଆସନ୍ତାକାଲି ରାଜସ୍ଥାନ ହାଇକୋର୍ଟ ନିଜର ରାୟ ପ୍ରଦାନ କରିବାକୁ ସକ୍ଷମ ହେବେ। ଗୁରୁବାର ଦିନ ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି ହାଇକୋର୍ଟଙ୍କ ନିଷ୍ପତ୍ତି ପ୍ରଥମେ ଆସିବା ଉଚିତ। ହାଇକୋର୍ଟ ଶୁଣାଣି କରିବା ପରେ ଏ ନେଇ ସୁପ୍ରିମକୋର୍ଟରେ ସୋମବାର ପୁଣି ଶୁଣାଣି ହେବ।

ମତାମତ ଦିଅନ୍ତୁ ।