ସୁରକ୍ଷା ପ୍ରୋଟକଲ ଭାଙ୍ଗିଲେ ଅମିତ ଶାହ

ଚେନ୍ନାଇ : କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆଜି ଦୁଇ ଦିନିଆ ତାମିଲନାଡୁ ଗସ୍ତରେ ଯାଇଥିବା ବେଳେ ସୁରକ୍ଷା ପ୍ରୋଟକଲକୁ ଭାଙ୍ଗି ରାସ୍ତାରେ ଚାଲିଛନ୍ତି। ଗାଇଡଲାଇନ ଅନୁଯାୟୀ ଏୟାରପୋର୍ଟରୁ ସେ ଗାଡ଼ିରେ ଯିବାର ଥିଲା। ହେଲେ ସେ ତାହା ନକରି ଜନଗହଳୀପୂର୍ଣ୍ଣ ଜିଏସଟି ରୋଡ୍‌ରେ ଗାଡ଼ିରୁ ଓହ୍ଲାଇ ଚାଲିଥିଲେ। ରାସ୍ତାର ଉଭୟ ପାର୍ଶ୍ୱରେ ସମର୍ଥକମାନେ ତାଙ୍କୁ ସ୍ୱାଗତ କରିବାକୁ ଛିଡ଼ା ହୋଇଥିବାରୁ ସେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବାକୁ ଚାହିଁଥିଲେ। ଆଉ ତାମିଲନାଡୁ ଆସି ବହୁତ ଖୁସି ଅନୁଭବ କରିଥିବା କହିଛନ୍ତି।

ଶ୍ରୀ ଶାହ ତାମିଲନାଡୁ ସରକାରଙ୍କ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ୬୭ ହଜାର କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ କରିଛନ୍ତି। ଚେନ୍ନାଇ ମେଟ୍ରୋ ପ୍ରକଳ୍ପ-୨ର କରିଛନ୍ତି ଶିଳାନ୍ୟାଶ। ଦିଲ୍ଲୀରୁ ଆସିବା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଲାନାସାମୀ, ଉପ ମୁଖ୍ୟମନ୍ତ୍ରୀ ପନ୍ନିରସେଲଭମ, ବରିଷ୍ଠ କ୍ୟାବିନେଟ ମନ୍ତ୍ରୀ ଓ ବିଜେପିର ରାଜ୍ୟ ସଭାପତି ଏଲ ମୁରୁଗାରନ ସ୍ୱାଗତ କରିଥିଲେ। ଏହାପରେ ସେ ଗୋଟିଏ ହୋଟେଲକୁ ଯାଇ ବିଶ୍ରାମ ନେଇଥିଲେ।

ମତାମତ ଦିଅନ୍ତୁ ।