ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ ପାଇଁ ନୂଆ ଯୋଜନା କରୁଛନ୍ତି ମାଓବାଦୀ

ନୂଆଦିଲ୍ଲୀ : ଛତିଶଗଡ଼ ବିଜାପୁରରେ ସୁରକ୍ଷାକର୍ମୀ-ମାଓବାଦୀ ମୁହାଁମୁହିଁ ଘଟଣାରେ ୨୨ ଯବାନ ସହିଦ ହୋଇଥିଲେ। ବଡ଼ ଧରଣର ଆକ୍ରମଣ କରିବାକୁ ମାଓବାଦୀମାନେ ନୂଆ ଯୋଜନା କରୁଥିବା ଗୁଇନ୍ଦା ବିଭାଗ ରିପୋର୍ଟ ଦେଇଛି।

ଗୁଇନ୍ଦା ରିପୋର୍ଟ ଅନୁଯାୟୀ ପିପୁଲ୍ସ ଲିବେରେସନ ଗରିଲା ଆର୍ମି (ପିଜିଏଲଏ) ଏବେ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିବାର ତରିକା ବଦଳାଇବ। ଉଚ୍ଚ କ୍ଷମତା ବିଶିଷ୍ଟ ବିଦ୍ୟୁତ ତାର, ରିମୋଟ ଚାଳିତ ଆଇଇଡି ଓ ରକେଟ୍ ଲଞ୍ଚର ଦ୍ୱାରା ଆକ୍ରମଣ କରିବାକୁ ସେମାନେ ଯୋଜନା କରୁଛନ୍ତି। ଛତିଶଗଡ଼ର ବିଭିନ୍ନ ଗାଁ ଓ ସହରକୁ ସଂଯୋଗ କରୁଥିବା ଉଚ୍ଚ ବିଜୁଳି କ୍ଷମତା ସମ୍ପନ୍ନ ତାରକୁ ମାଓବାଦୀମାନେ ସୁରକ୍ଷାକର୍ମୀମାନେ ପ୍ୟାଟ୍ରୋଲିଂ କରୁଥିବା ରାସ୍ତାରେ ପକାଇ କ୍ଷତି ପହଞ୍ଚାଇପାରନ୍ତି।

ସେହିପରି କମ ଉଚ୍ଚତାରେ ଉଡ଼ୁଥିବା ହେଲିକପ୍ଟରକୁ ରେକଟ ଲଞ୍ଚର ଦ୍ୱାରା ଧ୍ୱଂସ କରିବାକୁ ଚାହୁଁଛନ୍ତି। ପୂର୍ବରୁ ମାଓବାଦୀମାନେ ଆଇଇଡି ଖଞ୍ଜି ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରୁଥିଲେ। ଏବେ ରିମୋଟ ଦ୍ୱାରା ଦୂରରୁ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଆଇଇଡି ବିସ୍ଫୋରଣ କରିବାକୁ ଷଡ଼ଯନ୍ତ୍ର କରୁଥିବା ଗୁଇନ୍ଦା ବିଭାଗ ରିପୋର୍ଟ ଦେଇଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *

Back to top button