ସୁରଟ : ଶବ ସଂସ୍କାର ପାଇଁ ୪ ଘଣ୍ଟା ଅପେକ୍ଷା

ସୁରଟ : ଦେଶରେ କରୋନାର ଦ୍ୱିତୀୟ ଲହର କାୟା ବିସ୍ତାର କରିଚାଲିଛି। ସଂକ୍ରମଣ ସାଙ୍ଗକୁ ବଢୁଛି ମୃତ୍ୟୁ ସଂଖ୍ୟା। ଏଭଳି ପରିସ୍ଥିତିରେ ଗୁଜୁରାଟର ସୁରାଟରେ ଦେଖାଦେଥିବା ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଶବ ସଂସ୍କାର ପାଇଁ ଶ୍ମଶାନରେ ଲାଗିଛି ଭିଡ। ଏଥିପାଇଁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡୁଛି।

ଖବର ଅନୁଯାୟୀ କରୋନା ଏବେ ଭୟର ବାତାବରଣ ସୃଷ୍ଟି କରିଛି। ସୁରଟରେ ଶବ ସଂସ୍କାର ପାଇଁ ଶ୍ମଶାନକୁ ନିଆଯାଉଥିବା ମୃତକଙ୍କ ମଧ୍ୟରେ ପ୍ରାୟ ୯୦ ପ୍ରତିଶତ କରୋନାରେ ସଂକ୍ରମିତ ରହିଛନ୍ତି। କରୋନା ସଂକ୍ରମଣ ହୋଇ ଚିକିତ୍ସିତ ହେଉଥିବା ବେଳେ ଏମାନଙ୍କର ମୃତ୍ୟୁ ଘଟିଛି।

ଶ୍ମଶାନରେ ମୃତକଙ୍କ ସଂଖ୍ୟାକୁ ଦେଖିଲେ ସୁରଟରେ କରୋନା କେତେ ମରାତ୍ମକ ହୋଇଛି ଅନୁମାନ କରାଯାଇପାରେ। କାରଣ ଶ୍ମଶାନରେ ଶବ ସଂସ୍କାର ପାଇଁ ୪ରୁ ୫ଘଣ୍ଟା ଅପେକ୍ଷା କରିବାକୁ ପଡୁଛି। ଏହି ବିଳମ୍ବ ପାଇଁ ଶବ ଗୁଡିକୁ ଅନ୍ୟ ଏକ ଶ୍ମଶାନକୁ ସ୍ଥାନାନ୍ତର କରାଯାଉଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ସମସ୍ତ ହସ୍ପିଟାଲରେ ହାଉସଫୁଲର ବୋର୍ଡ ଝୁଲୁଛି। ଗତ ୨୪ ଘଣ୍ଟାରେ ସୁରଟରେ ୯୬୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୧୪ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବା ସୂଚନା ରହିଛି।

Leave a Reply

Your email address will not be published. Required fields are marked *

Back to top button