ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ : ମିଥୁନ ରାଶି ଅଧିକ ପ୍ରଭାବିତ ହେବ

ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ହେବାକୁ ଯାଉଛି। ଏହି ପରିବର୍ତ୍ତନ ମେଷରୁ ମୀନ ରାଶି ଯାଏଁ ସମସ୍ତଙ୍କୁ ପ୍ରଭାବିତ କରିବ। ସବୁଠାରୁ ଅଧିକ ପ୍ରଭାବିତ ହେବେ ମିଥୁନ ରାଶିର ବ୍ୟକ୍ତି। କାରଣ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ମିଥୁନ ରାଶିରେ ହେବ।

ଜ୍ୟୋତିଷଶାସ୍ତ୍ରରେ ସୁଯ୍ୟଙ୍କୁ ଗ୍ରହମାନଙ୍କର ରାଜା ବୋଲି କୁହାଯାଏ। ସୌର ମଣ୍ଡଳରେ ସବୁ ଗ୍ରହ ସୂର୍ଯ୍ୟଙ୍କ ଚାରିପଟେ ବୁଲନ୍ତି। ସୂର୍ଯ୍ୟ ଆତ୍ମାର କାରକ। ଜନ୍ମ କୁଣ୍ଡଳୀରେ ସୂର୍ଯ୍ୟ ଶୁଭ ସ୍ଥିତିରେ ଥିଲେ ବ୍ୟକ୍ତିଙ୍କୁ ମାନସମ୍ମାନ ଓ ଉଚ୍ଚପଦ ପ୍ରାପ୍ତ ହୋଇଥାଏ। ଜୀବନଶୈଳୀ ରାଜାଙ୍କ ଭଳି ହୋଇଥାଏ। ସୂର୍ଯ୍ୟ ପରାଗର ୫ ଦିନ ପରେ ସୂର୍ଯ୍ୟ ରାଶି ପରିବର୍ତ୍ତନ କରିବେ। ମିଥୁନ ସଂକ୍ରାନ୍ତି-ସୂର୍ଯ୍ୟ ଗୋଟିଏ ରାଶିରୁ ଅନ୍ୟ ରାଶିକୁ ପ୍ରବେଶ କଲେ ସେହି ରାଶି ପରିବର୍ତ୍ତନକୁ ସଂକ୍ରାନ୍ତି କୁହାଯାଏ। ଜ୍ୟୋଷ୍ଠ ମାସରେ ସୂର୍ଯ୍ୟ ମିଥୁନ ରାଶିରେ ପ୍ରବେଶ କରିବେ। ଏହାକୁ ମିଥୁନ ସଂକ୍ରାନ୍ତି କୁହାଯାଏ।

ପାଞ୍ଜି ଅନୁଯାୟୀ ସୂର୍ଯ୍ୟ ଜୁନ ୧୫ ତାରିଖ ମଙ୍ଗଳବାର ଦିନ ୫ଟା ୪୯ ମିନିଟରେ ମିଥୁନ ରାଶିରେ ପ୍ରବେଶ କରି ଜୁଲାଇ ୧୬ ସନ୍ଧ୍ୟା ୪ଟା ୪୧ ମିନିଟ ଯାଏଁ ରହିବେ। ଏହାପରେ କର୍କଟ ରାଶିରେ ପ୍ରବେଶ କରିବେ। ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ଯୋଗୁଁ ମିଥୁନ ରାଶି ସବୁଠାରୁ ଅଧିକ ପ୍ରଭାବିତ ହେବ। ଧନ ମାମଲାରେ ସତର୍କ ରହିବାକୁ ପଡିବ।

ଅନାବଶ୍ୟକ ଜିନିଷ ପାଇଁ ଖର୍ଚ୍ଚ ହୋଇପାରେ। ନଚେତ ସମସ୍ୟା ଦେଖାଦେବ। ସୂର୍ଯ୍ୟ ଗୋଚର ସମୟରେ ନିଜ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ। ସଂକ୍ରମଣ ଠାରୁ ଦୁରେଇ ରହିବାକୁ ପଡିବ। ସେଥିପାଇଁ ଅନୁଶାସିତ ଜୀବନଶୈଳୀ ଆପଣାନ୍ତୁ। ଚାକିରୀ କ୍ଷେତ୍ରରେ ଲାଭ ମିଳିବ। ଦାୟିତ୍ୱ ବୃଦ୍ଧି ଓ କାର୍ଯ୍ୟକ୍ଷେତ୍ରରେ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହଯୋଗ ପ୍ରାପ୍ତ ହେବ।

Leave a Reply

Your email address will not be published. Required fields are marked *

Back to top button