ସୂର୍ଯ୍ୟାସ୍ତ ପରେ ଏସବୁ ଦାନ କରିବା ମନା

ଜ୍ୟୋତିଷ ଶାସ୍ତ୍ର ଓ ବାସ୍ତୁ ଶାସ୍ତ୍ର ଅନୁଯାୟୀ ଦାନ କରିବାର କିଛି ନୀତି ନିୟମ ରହିଛି। ସେହି ଅନୁସାରେ କିଛି ଜିନିଷ ସୂର୍ଯ୍ୟାସ୍ତ ପରେ ଦାନ କରାଯିବା ଅନୁଚିତ୍। ଏହାକୁ ନମାନିଲେ ଦେବା-ଦେବୀଙ୍କ ଅସନ୍ତୋଷର ସାମ୍ନା କରିବାକୁ ପଡିପାରେ। ତେବେ ଆସନ୍ତୁ ଜାଣିବା କେଉଁ ଜିନିଷ ସନ୍ଧ୍ୟା ପରେ ଦାନ କରିବା ଠିକ ନୁହେଁ।

୧- କ୍ଷୀର ଦାନ କରିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। କାରଣ ଏହା ଉଭୟ ଚନ୍ଦ୍ର ଓ ସୂର୍ଯ୍ୟଙ୍କ ସହିତ ଜଡିତ ହୋଇଥିବାରୁ ସୂର୍ଯ୍ୟୋସ୍ତ ପରେ ଦାନ କରିବା ଉଚିତ ନୁହେଁ। ଏହାଦ୍ୱାରା ଶ୍ରୀ ହରି ଓ ମା’ ଲକ୍ଷ୍ମୀ ଅସନ୍ତୁଷ୍ଟ ହୁଅନ୍ତି।

୨- ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଗରିବ ଓ ଅଭାବୀ ଲୋକଙ୍କୁ ଦହି ଦାନ କରିବା ଶୁଭ। କିନ୍ତୁ ବିଶ୍ଵାସ ରହିଛି ଦହି ଶୁକ୍ର ଗ୍ରହ ସହିତ ଜଡିତ। ତେଣୁ ଏହାକୁ ଦାନ କଲେ ଘରେ ସୁଖ ଓ ସମୃଦ୍ଧି ଆସିଥାଏ। ହେଲେ ସୂର୍ଯ୍ୟାସ୍ତ ପରେ ଦାନ କରିବା ଅନୁଚିତ୍। ଏପରି କଲେ ବିପରୀତ ପ୍ରଭାବ ପଡିଥାଏ। ଯାହାଫଳରେ ଘରେ ସୁଖ-ସମୃଦ୍ଧି ହ୍ରାସ ପାଏ।

୩- ସୂର୍ଯ୍ୟାସ୍ତ ପରେ ଟଙ୍କା ଦେବା ଉଚିତ୍ ନୁହେଁ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମା’ ଲକ୍ଷ୍ମୀ ସନ୍ଧ୍ୟାରେ ଘରେ ପ୍ରବେଶ କରନ୍ତି। ଏହି ସମୟରେ ଦାନକରି ଆପଣ ତାଙ୍କୁ ଘରୁ ବିଦା କରିଦେଇଥାନ୍ତି। ଏହାଦ୍ୱାରା ଲକ୍ଷ୍ମୀଙ୍କ ଅସନ୍ତୋଷ ଦେଖାଦେଇପାରେ।

୪- ସନ୍ଧ୍ୟାରେ ରସୁଣ-ପିଆଜ ଦାନ କରିବା ଅର୍ଥ ଅସୁବିଧାକୁ ନିମନ୍ତ୍ରଣ କରିବା ସହିତ ସମାନ। ରସୁଣ-ପିଆଜ ସହିତ ଯାଦୁ କରାଯାଇଥାଏ। ଯଦି ଆପଣ ଏହି ଜିନିଷଗୁଡ଼ିକୁ ଘରୁ କାହାକୁ ଦେଇଥାନ୍ତି ତେବେ କେହି ଏହାକୁ ଅପବ୍ୟବହାର କରିପାରନ୍ତି। ସେହି କାରଣରୁ ପରିବାର ଆଗାମୀ ଜୀବନରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।

ସମ୍ବନ୍ଧିତ ଖବର
between image and heading

Comments are closed.