ସୁଶାନ୍ତ ଓ ରିୟା ରହିଥିବା ହୋଟେଲରେ ସିବିଆଇ ଟିମ୍

ମୁମ୍ବାଇ : ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇ ତନାଘନା ଜାରି ରଖିଛି। ସୁଶାନ୍ତ ସିଂହଙ୍କ କୁକ୍, ଫ୍ଲାଟମେଟ୍, ଘର ମାଲିକଙ୍କୁ ପଚରାଉଚୁରା କରିବା ପରେ ରିୟା ଚକ୍ରବର୍ତ୍ତୀ, ରାଜତ୍ୱ ମେବତୀ ଓ ମନୋଚିକିତ୍ସକ ଡ.କେଶରୀ ଛାଵାଡାଙ୍କୁ ପଚରାଉଚୁରା କରିପାରେ। ସିବିଆଇ ରିୟାଙ୍କୁ ସମନ ପଠାଇ ପଚରାଉଚୁରା ପାଇଁ ଡାକିପାରେ ବୋଲି ଅନୁମାନ କରାଯାଉଛି।

ଅନ୍ୟପକ୍ଷରେ ସୁଶାନ୍ତ ସିଂହଙ୍କ ମୃତ୍ୟୁ ମାମଲାର ପର୍ଦାଫାଶ କରିବାକୁ ସିବିଆଇ ଟିମ ସୋମବାର ୱାଟରଷ୍ଟୋନ୍ ହୋଟେଲରେ ପହଞ୍ଚିଛି। ଏହି ହୋଟେଲରେ ସୁଶାନ୍ତ ଓ ରିୟା କିଛି ଦିନ ରହିଥିବାରୁ ସିବିଆଇ ଟିମ ତଦନ୍ତ ପାଇଁ ସେଠାରେ ପହଞ୍ଚିଛି। ରିୟାଙ୍କ ଉପରେ ନାନା ଆରୋପ ଲଗାଯାଇଛି। ସୁଶାନ୍ତଙ୍କ ପିତା ରୁଜ୍ଜୁ କରିଥିବା ଏଫଆଇଆରରେ ରିୟାଙ୍କ ବିରୋଧରେ ବ୍ଳକମେଲିଙ୍ଗ ଠାରୁ ଆରମ୍ଭ କରି ପ୍ରତାରଣା ଯାଏଁ ଅଭିଯୋଗ କରିଛନ୍ତି। ଏବେ ଜଣାପଡିଛି ସିଦ୍ଧାର୍ଥ ପିଠାନିଙ୍କୁ ପୁଣି ଥରେ ସିବିଆଇ ଡିଆରଡିଓ ଗେଷ୍ଟ ହାଉସକୁ ଡାକିଛି। ସିଦ୍ଧାର୍ଥଙ୍କୁ ପୁଣି ପଚରାଉଚରା କରାଯାଇପାରେ। ଏହାଛଡା ସିବିଆଇ ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ପିତା ଇନ୍ଦ୍ରଜିତ ଚକ୍ରବର୍ତ୍ତୀଙ୍କୁ ପଚରାଉଚରା ପାଇଁ ସମନ ଜାରି କରିଥିବା କୁହାଯାଉଛି।

ମତାମତ ଦିଅନ୍ତୁ ।