ସୁଶାନ୍ତ ସିଂହ ମୃତ୍ୟୁ ମାମଲା : ୭ ବଲିଉଡ ସେଲିବ୍ରିଟିଙ୍କୁ ହାଜର ହେବାକୁ ନୋଟିସ୍

ମୁମ୍ବାଇ : ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇ ତତନ୍ତ ଜାରି ରହିଛି। ଏ ମଧ୍ୟରେ ବିହାର ମୁଜାଫରପୁର କୋର୍ଟ ବଲିଉଡର ୭ଜଣ ସେଲିବ୍ରିଟିଙ୍କୁ ହାଜର ହେବାକୁ ନୋଟିସ ଦେଇଛନ୍ତି। ଏହି ତାଲିକାରେ କରଣ ଜୋହର, ଆଦିତ୍ୟ ଚୋପ୍ରା, ସଞ୍ଜୟ ଲୀଳା ଭଂସାଲି, ସାଜିଦ ନଦିୟାୱାଲା, ଏକତା କପୁର, ଭୂଷଣ କୁମାର ଓ ଦିନେଶ ବିଜାନଙ୍କ ନାଁ ରହିଛି। ଅକ୍ଟୋବର ୨୧ ସୁଦ୍ଧା ନିଜେ ନଚେତ ଓକିଲଙ୍କ ଜରିଆରେ ଉପସ୍ଥିତ ହେବାକୁ କୁହାଯାଇଛି।

ପୂର୍ବରୁ ସଲମାନ ଖାନ ସମେତ ଅନ୍ୟ ସମସ୍ତ ସେଲିବ୍ରିଟିଙ୍କୁ ଅକ୍ଟୋବର ୭ରେ କୋର୍ଟରେ ହାଜିର ହେବାକୁ କୁହାଯାଇଥିଲା। ମାତ୍ର ସଲମାନଙ୍କ ଓକିଲ କୋର୍ଟରେ ଉପସ୍ଥିତ ହୋଇଥିଲେ। ଅନ୍ୟ ସାତଜଣ ସେଲିବ୍ରିଟି ହାଜର ହୋଇ ନଥିଲେ। ସୂଚନାଯୋଗ୍ୟ ଓକିଲ ସୁଧୀରଙ୍କ ଅଭିଯୋଗ ଏ ସମସ୍ତ ସେଲିବ୍ରିଟି ସୁଶାନ୍ତ ସିଂହ ରାଜପୁତଙ୍କ ବିରୋଧରେ ଷଡଯନ୍ତ୍ର କରି ଫିଲ୍ମ ଛଡ଼ାଇ ନେଇଥିଲେ। ଯାହା ଫଳରେ ସେ ଅବସାଦର ଶିକାର ହୋଇ ଆତ୍ମହତ୍ୟା କରିଛନ୍ତି।

ମତାମତ ଦିଅନ୍ତୁ ।