ସୁଶାନ୍ତଙ୍କ ଭଉଣୀ ଓ ଡାକ୍ତର ତରୁଣ କୁମାରଙ୍କ ନାଁରେ ମାମଲା

ନୂଆଦିଲ୍ଲୀ : ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ମୋଡ଼ ବଦଲୁଛି। ନର୍କୋଟିକ୍ସ କଂଟ୍ରୋଲ୍‌ ବୋର୍ଡ (ଏନସିବି) ଆଜି ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରିଥିବା ବେଳେ ରିୟାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ ଓ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ସାମୁଏଲ ମିରାଣ୍ଡା ନିଶା କାରବାରରେ ପୂର୍ବରୁ ଗିରଫ ହୋଇଛନ୍ତି।

ଅନ୍ୟପକ୍ଷରେ ଆଜି ସୁଶାନ୍ତ ସିଂହ ରାଜପୁତଙ୍କ ଭଉଣୀ ମିତୁ ସିଂହ, ପ୍ରିୟଙ୍କା ସିଂହ ଓ ଦିଲ୍ଲୀର ଡାକ୍ତର ତରୁଣ କୁମାରଙ୍କ ବିରୋଧରେ ଭୁଲ ଔଷଧ ଦେବା ଅଭିଯୋଗରେ ମାମଲା ରୁଜୁ ହୋଇଛି। ମୁମ୍ବାଇର ବାନ୍ଦ୍ରା ପୋଲିସ ଷ୍ଟେସନରେ ଏହି ମାମଲା କରିଛନ୍ତି ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀ। ମୁମ୍ବାଇ ପୋଲିସ ଏହାକୁ ସିବିଆଇକୁ ହସ୍ତାନ୍ତର କରିଛି।

ଅଭିଯୋଗ ହୋଇଛି ସୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କା ସିଂହ ରାମ ମନୋହର ଲୋହିଆ ହପ୍ସିଟାଲର ଡାକ୍ତର ତରୁଣ କୁମାରଙ୍କ ଠାରୁ ନକଲି ମେଡିକାଲ ପ୍ରେସକ୍ରିପସନ ତିଆରି କରିଥିଲେ। ପ୍ରେସକ୍ରିପସନରେ ଭୁଲ ଔଷଧ ସାମିଲ ଥିଲା ଯାହା ଏନଡିପିଏସ୍ ଆକ୍ଟକୁ ଉଲ୍ଲଂଘନ କରୁଛି। ମେଡିକାଲ ବିନା ଚେକଅପରେ ଏହି ଔଷଧ ଦିଆଯାଇଥିବାରୁ ପରିଣାମ ସ୍ଵରୂପ ସୁଶାନ୍ତ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ଏତଲାରେ ରିୟା ଦର୍ଶାଇଛନ୍ତି।

ଏତଲାରେ ରିୟା ଦର୍ଶାଇଛନ୍ତି ଜୁନ୍ ୮ରେ ସୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କା ସିଂହଙ୍କ ସହ ରିୟା କଥା ହୋଇଥିଲେ। ପ୍ରିୟଙ୍କା ସୁଶାନ୍ତଙ୍କୁ ବିଭିନ୍ନ ଔଷଧ ଖାଇବାକୁ ପରାମର୍ଶ ଦେଇଥିଲେ। ଯାହା ନାରକୋଟିକ୍ସ ଡ୍ରଗ୍ସ ଓ ସାଇକୋଟ୍ରପିକ୍ ଅଧିନିୟମ ୧୯୮୫ ଅଧୀନରେ ଆସିଥାଏ। ରିୟା ଅଭିଯୋଗ କରିଛନ୍ତି ‌ ସୁଶାନ୍ତ ତାଙ୍କ ଭଉଣୀଙ୍କୁ କହିଥିଲେ ଡାକ୍ତରଙ୍କ ପ୍ରେସକ୍ରିପ୍ସନ ବିନା ଔଷଧ ମିଳିବ ନାହିଁ। ସେଥିପାଇଁ ପ୍ରିୟଙ୍କା ସେହିଦିନ ଦିଲ୍ଳୀର ରାମ ମନୋହର ଲୋହିଆ ହସ୍ପିଟାଲର ଡାକ୍ତର ତରୁଣ କୁମାରଙ୍କ ଠାରୁ ମେଡିକାଲ ପ୍ରେସକ୍ରିପସନ ପଠାଇଥିଲେ। ସେତେବେଳେ ସୁଶାନ୍ତ ମୁମ୍ବାଇରେ ଥିଲେ।

ରିୟା ଲେଖିଛନ୍ତି ତାଙ୍କ ଯିବା ପରେ ସୁଶାନ୍ତଙ୍କ ସହ ନୀତୁ ସିଂହ ରହୁଥିଲେ। ସେ ତାଙ୍କୁ ଔଷଧ ଖାଇବାକୁ ଦେଉଥିଲେ। ଯେଉଁଥିପାଇଁ ସୁଶାନ୍ତଙ୍କ ସ୍ଵାସ୍ଥ୍ୟବସ୍ଥା ବିଗିଡ଼ିଥିଲା। ନିତୁ ସିଂହ ଓ ମିତୁ ସିଂହଙ୍କ କହିବା ଅନୁସାରେ ସୁଶାନ୍ତ ଡାକ୍ତର ଚାବଡା ପ୍ରେସକ୍ରାଇବ କରିଥିବା ଔଷଧ ବନ୍ଦ କରିଦେଇଥିଲେ। ଏନଡିପିଏସ ଅଧିନିୟମ ୪୨୦, ୬୪୬, ୪୬୫, ୪୬୬, ୪୬୮, ୪୭୪, ୩୦୬, ୧୨୦ବି, ୩୪ ଆଇପିସି ଓ r / w Sec 8 (c), 21, 22 (A), 29 ଅଧୀନରେ ମାମଲା ରୁଜୁ ହୋଇଛି। ସୁପ୍ରିମକୋର୍ଟ ନିର୍ଦେଶ ଅନୁସାରେ ମାମଲା ସିବିଆଇକୁ ହସ୍ତାନ୍ତର କରାଯାଇଛି।

ମତାମତ ଦିଅନ୍ତୁ ।