ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ଆତ୍ମହତ୍ୟା କରି ନାହାନ୍ତି

ମୁମ୍ୱାଇ : ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଦିନକୁ ଦିନ ନୂଆ କଥା ସାମ୍ନାକୁ ଆସୁଛି। ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ସହିତ ତାଙ୍କ ମୃତ୍ୟୁର ଲିଙ୍କ୍ ଥିବା ଆକଳନ କରାଯାଉଛି। ମହାରାଷ୍ଟ୍ରର ବିଜେପି ନେତା ନୀତେଶ ରାଣେ କହିଛନ୍ତି ଯେଉଁଦିନ ଦିଶା ମୃତ୍ୟୁବରଣ କରିଥିଲେ ସେଦିନ ସେ ମୁମ୍ବାଇ ପୋଲିସକୁ ଫୋନ୍ କରି ଡାକିଥିଲେ। କେବଳ ସେତିକି ନୁହେଁ ଦିଶା ସାଲିଆନ ମାମଲାର ତଦନ୍ତ କରୁଥିବା ପୋଲିସ ଅଧିକାରୀ କାହିଁକି ଦୁଇଥର ବଦଳିଛନ୍ତି ସେନେଇ ନୀତେଶ ପ୍ରଶ୍ନ ଉଠାଇଥିବା ବେଳେ ୧୧ ଜୁନରେ ଦିଶାଙ୍କ ପୋଷ୍ଟମର୍ଟମ ହୋଇଥିବାବେଳେ ବୟ ଫ୍ରେଣ୍ଡ ରୋହନ ରୟ ଜୁନ୍ ୯ରେ କାହିଁକି ଅନ୍ତିମ ସଂସ୍କାର ଯୋଜନା କରିଥିଲେ ବୋଲି କହିଛନ୍ତି।

ନୀତେଶ କହିଛନ୍ତି ଯଦି ଦିଶାଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଥାନ୍ତା ତେବେ ତାଙ୍କ ଫୋନର କଲ୍ ରେକର୍ଡରେ ଗତ ଜୁନ୍ ୮ ତାରିଖ ରାତି ୮.୩୦ରେ ଶେଷ କଲ୍ ଦେଖାଉଛି। ସେହିପରି ତାଙ୍କ ମୋବାଇଲର କଲ୍ ଡିଟେଲ୍ସ ଦର୍ଶାଉଛି ତାଙ୍କ ଫୋନ୍ ୪ ରୁ ୪.୩୦ ଘଣ୍ଟା ପାଇଁ ସୁଇଚ୍ ଅଫ୍ ରହିଥିଲା। ତେବେ ତାଙ୍କ ଫୋନ୍ କିଏ ବ୍ୟବହାର କରିଥିଲା ? ତେଣୁ ଦିଶାଙ୍କ ମୃତ୍ୟୁ ଆତ୍ମହତ୍ୟା ମାମଲା ନୁହେଁ।
ସେ କହିଛନ୍ତି ରାତିରେ ସେଦିନ ହୋଇଥିବା ପାର୍ଟିର ଦିଶାଙ୍କ ସହିତ କିଛି ଗୋଟିଏ ହୋଇଛି। ଯାହା ପରେ ସେ ତାଙ୍କ ଘରକୁ ଚାଲିଯାଇ ୧୦୦ ନମ୍ବରକୁ କଲ କରିଥିଲେ। ମୁମ୍ବାଇ ପୋଲିସକୁ ସମ୍ପୂର୍ଣ୍ଣ ସୂଚନା ଦେଇ ସାହାଯ୍ୟ ମାଗିଥିଲେ ମଧ୍ୟ ପୋଲିସ ସାହାଯ୍ୟ କରିନାହିଁ। ଯାହାର ଉତ୍ତର ମୁମ୍ବାଇ ପୋଲିସ ଦେବା ଦରକାର। ସିବିଆଇ ଏହି ମାମଲାର ତଦନ୍ତ କରିବା ଉଚିତ୍। ଯଦି ସିବିଆଇ ଚାହୁଁଛି ତେବେ ମୁଁ ସେମାନଙ୍କୁ ସାହାଯ୍ୟ କରିପାରିବି।

ଏହାପୂର୍ବରୁ ନୀତିଶ ରାଣେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଚିଠିଲେଖି ଦିଶାଙ୍କ ପ୍ରେମିକା ରୋହନ ରୟଙ୍କ ସୁରକ୍ଷା ପାଇଁ ନିବେଦନ କରିଛନ୍ତି। ସେ ଲେଖିଛନ୍ତି ସିବିଆଇ ଏହି ମାମଲାର ତଦନ୍ତ କରୁଛି। ଦିଶା ଓ ସୁଶାନ୍ତଙ୍କ ମୃତ୍ୟୁ ପରସ୍ପର ସହ ଜଡିତ। ଏହି ଦୁଇଟି ମୃତ୍ୟୁ ମାମଲାରେ ରୋହନ ରୟଙ୍କ ପ୍ରତିକ୍ରିୟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଭଳି ପରିସ୍ଥିତିରେ ସେମାନଙ୍କୁ ସୁରକ୍ଷା ଦିଆଯିବା ଉଚିତ୍।

ମତାମତ ଦିଅନ୍ତୁ ।