ସୁଶାନ୍ତଙ୍କ ଶବକୁ ଦେଖି ‘ସରି ବାବୁ’ କହିଥିଲେ ରିୟା

ମୁମ୍ୱାଇ : ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଆରମ୍ଭ ହୋଇଛି। କିନ୍ତୁ ଗୋଟିଏ ପରେ ନୂଆ କଥା ସାମ୍ନାକୁ ଆସୁଛି। ଏବେ ଏକ ବଡ ଖୁଲସା କରିଛନ୍ତି ପ୍ରତ୍ୟେକ୍ଷଦର୍ଶୀ ତଥା ଫିଲ୍ମ ମେକର ସୁରଜିତ୍‌ ସିଂହ ରାଠୋର। ରିପବ୍ଲିକ୍‌ ଟିଭିକୁ ସାକ୍ଷାତ୍‌କାରରେ ସେ କହିଛନ୍ତି ୧୫ ଜୁନ୍‌ରେ ରିୟା ଚକ୍ରବର୍ତ୍ତୀଙ୍କୁ କୁପର ହସ୍ପିଟାଲର ଶବ ଗୃହକୁ ରୀୟାକୁ ସାଥିରେ ନେଇ ଯାଇଥିଲେ। ଏହି ସମୟରେ ସୁଶାନ୍ତଙ୍କ ଛାତିରେ ହାତ ରଖି ‘ସରି ବାବୁ’ କହିବା ସହିତ ରିୟା କାନ୍ଦି ଥିଲେ।

ସୁରଜିତ୍‌ କହିଛନ୍ତି ମୁଁ ପାଖାପାଖି ୧୧ଟା ବେଳେ ହସ୍ପିଟାଲରେ ପହଞ୍ଚିଥିଲି। ପ୍ରାୟ ୧୧ଟା ୩୦ ମିନିଟ୍‌ରେ ବନ୍ଧୁ ସୁରଜ ସିଂହ ସେଠାକୁ ଆସିଲେ। ମୋତେ କହିଲେ ସୁଶାନ୍ତଙ୍କର ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ତାଙ୍କର ଅନ୍ତିମ ଦର୍ଶନ କରିବାକୁ ଚାହୁଁଛି। ପୋଲିସ ସହ କଥା ହୋଇ ସୁଶାନ୍ତଙ୍କ ମୁହଁ ଦେଖାଇ ଦିଅ। ମୁଁ ପୋଲିସଙ୍କ ସହିତ କଥା ହୋଇ ରିୟାଙ୍କୁ ନେଇ ଶବ ଗୃହ ଭିତରକୁ ଗଲି। ଯେମିତି ମୁଁ ସୁଶାନ୍ତଙ୍କ ମୁହଁରୁ ଚାଦର ହଟାଇଛି ରିୟା ତାଙ୍କ ଛାତିରେ ହାତ ରଖି ସରି ବାବୁ ବୋଲି କହି କାନ୍ଦିଥିଲେ। ଆମେ ସେଠାରେ ୫ରୁ ୭ ମିନିଟ୍‌ ଭିତରେ ରହିଥିଲୁ। ସୁରଜିତ୍‌ଙ୍କ କହିବା ଅନୁସାରେ ଶବରୁ ଚାଦର ହଟାଇବା କ୍ଷଣି ରିୟାଙ୍କ ସବୁ କଥା ତାଙ୍କୁ ଆଶ୍ଚର୍ଯ୍ୟ ଲାଗିଥିଲା। ତାଙ୍କ ମନରେ ଏହି ପ୍ରଶ୍ନ ଆସିଥିଲା କି ରିୟା କେଉଁ କଥା ନେଇ କ୍ଷମା ମାଗୁଥିଲେ ?

ମତାମତ ଦିଅନ୍ତୁ ।