ସୁଶୀଲ ଚନ୍ଦ୍ରା ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର

0

ନୂଆଦିଲ୍ଲୀ : ଦେଶର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର ହେବେ କେନ୍ଦ୍ର ନିର୍ବାଚନ ଅଧିକାରୀ ସୁଶୀଲ ଚନ୍ଦ୍ରା। କେନ୍ଦ୍ର ସରକାର ରବିବାର ତାଙ୍କ ନାଁ ଉପରେ ମୋହର ମାରିଛନ୍ତି। ଖୁବଶୀଘ୍ର ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ବୋଲି ସୂଚନା ମିଳିଛି।

ଖବର ଅନୁଯାୟୀ ସିଇସି ସୁନୀଲ ଆରୋରା ୧୨ରେ ଅବସର ଗ୍ରହଣ କରିବା ପରେ ଏପ୍ରିଲ ୧୩ ତାରିଖରେ ସୁଶୀଲ ଚନ୍ଦ୍ର ସିଇସି ଭାବେ ଦାୟିତ୍ୱ ଗ୍ରହଣ କରିବେ। ତାଙ୍କ କାର୍ଯ୍ୟକାଳ ୨୦୨୨ ମେ ୧୪ ପର୍ଯ୍ୟନ୍ତ ରହିବ। ଲୋକସଭା ନିର୍ବାଚନ ପୂର୍ବରୁ ୨୦୧୯ ଫେବୃଆରୀ ୧୪ରେ ସୁଶୀଲ ଚନ୍ଦ୍ରା ନିର୍ବାଚନ କମିଶନର ଭାବରେ ନିଯୁକ୍ତ ହୋଇଥିଲେ। ଏହା ପୂର୍ବରୁ ସେ କେନ୍ଦ୍ରୀୟ ଟିକସ ବୋର୍ଡ (ସିବିଡିଟି)ର ଅଧ୍ୟକ୍ଷ ଥିଲେ। ଟିଏସ କୃଷ୍ନାମୃର୍ତ୍ତିଙ୍କ ପରେ ସୁଶୀଲ ଦ୍ୱିତୀୟ ଆଇଆରଏସ ଅଧିକାରୀ ଯିଏକି ମୁଖ୍ୟ ନିର୍ବାଚନ କମିଶନର ହେବାକୁ ଯାଉଛନ୍ତି। ୨୦୦୪ରେ କୃଷ୍ଣାମୃର୍ତ୍ତି ମୁଖ୍ୟ ନିର୍ବାଚନ କମିଶନର ନିଯୁକ୍ତ ହୋଇଥିଲେ। ସୁଶୀଲ ଚନ୍ଦ୍ରା ୧୯୫୭ ମେ ୧୫ ରେ ଜନ୍ମ ଗ୍ରହଣ କରିଥିଲେ। ସେ ୧୯୮୦ ବ୍ୟାଚର ଆଇଆରଏସ। ଆଇଆଇଟି ଋଋକିରୁ ବିଟେକ ଓ ଡେରାଡୁନରୁ ଏଲଏଲବି ପାସ କରିଥିଲେ।

Leave A Reply

Your email address will not be published.