Breaking Newsରାଜ୍ୟ

ସୁସ୍ଥ ହେଲେ ୮୦୭ କରୋନା ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟର ଆଜି ୮୦୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏହି ସୂଚନା ଦିଆଯାଇଛି। ଏମାନଙ୍କୁ ମିଶାଇ ସୁସ୍ଥ ହୋଇଥିବା ଲୋକଙ୍କର ସଂଖ୍ୟା ୧୯ ହଜାର ୭୪୫ରେ ପହଞ୍ଚିଛି।

ଗୁରୁବାର ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ଗଂଜାମ ଜିଲ୍ଲାର ସର୍ବାଧିକ ୪୩୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି କଟକ ଜିଲ୍ଲାରୁ ୬୨ ଜଣ, ରାୟଗଡ଼ା ୪୭ ଜଣ, ଗଜପତି ୩୪ ଜଣ, କେନ୍ଦୁଝର ୨୯ ଜଣ, ସୁନ୍ଦରଗଡ଼ ୨୪ ଜଣ, ନୟାଗଡ଼ ୨୩ ଜଣ, ଯାଜପୁର ୨୧ ଜଣ, କନ୍ଧମାଳ ୧୯ ଜଣ, ବାଲେଶ୍ୱର, କେନ୍ଦ୍ରାପଡ଼ା ଓ ମୟୂରଭଂଜ ଜିଲ୍ଲାରୁ ୧୪-୧୪ ଜଣ, ଭଦ୍ରକ ୧୩ ଜଣ, ଖୋର୍ଦ୍ଧା ୧୨ ଜଣ, ବରଗଡ଼ ୧୧ ଜଣ, ମାଲକାନଗିରି ୧୦ ଜଣ, ବଲାଙ୍ଗୀର ଓ ସମ୍ବଲପୁର ଜିଲ୍ଲାରୁ ୭ ଜଣ ଲେଖାଏଁ, ଝାରସୁଗୁଡ଼ାରୁ ୬ ଜଣ, ଢ଼େଙ୍କାନାଳ ୪ ଜଣ, ଅନୁଗୁଳ ୪ ଜଣ, ଅନୁଗୁଳ ୩ ଜଣ, କୋରାପୁଟ ଓ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ମତାମତ ଦିଅନ୍ତୁ ।

Back to top button