Breaking Newsରାଜ୍ୟ

ସୁସ୍ଥ ହେଲେ ୧୨୩୬ କରୋନା ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟର ଆଜି ୧୨୩୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କୁ ମିଶାଇ ମୋଟ ସୁସ୍ଥ ହୋଇଥିବା ଲୋକଙ୍କର ସଂଖ୍ୟା ୩୩,୦୨୦ରେ ପହଞ୍ଚିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏହି ସୂଚନା ଦେଇଛି।

ସୋମବାର ତଥ୍ୟ ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାରୁ ୪୬୧ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ଗଞ୍ଜାମ ଜିଲ୍ଲାରୁ ୧୮୨ଜଣ, ରାୟଗଡ଼ା ୮୩ଜଣ, କନ୍ଧମାଳ ୭୪ଜଣ, ମାଲକାନଗିରି ୫୧ଜଣ, ଅନୁଗୁଳ ୩୯ଜଣ, କୋରାପୁଟ ୩୬ଜଣ, ବାଲେଶ୍ୱର ୩୫ଜଣ, ବରଗଡ଼ ୩୪ଜଣ ଓ ଜଗତସିଂହପୁରରୁ ୩୨ଜଣସୁସ୍ଥ ହୋଇଛନ୍ତି। ଏହାଛଡା ସୁନ୍ଦରଗଡ଼ ଜିଲ୍ଲାରୁ ୩୨ଜଣ, ଭଦ୍ରକ ୩୧ଜଣ, ଯାଜପୁର ୨୯ଜଣ, ଗଜପତି ୨୮ଜଣ, ମୟୁରଭଞ୍ଜ ୨୩ଜଣ, ନବରଙ୍ଗପୁର ୧୫ଜଣ, ପୁରୀ ୧୪ଜଣ, କେନ୍ଦ୍ରାପଡ଼ା ୧୦ଜଣ, ବୌଦ୍ଧ ୯ଜଣ, ଝାରସୁଗୁଡ଼ା ୮ଜଣ, ନୟାଗଡ଼ ୬ଜଣ, କଟକ ୩ଜଣ ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ମତାମତ ଦିଅନ୍ତୁ ।

Back to top button