ସୁସ୍ଥ ହେଲେ ୧୪୬୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ ଆଜି ୧୪୬୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ସଂଖ୍ୟା ୨ ଲକ୍ଷ ୮୩ ହଜାର ୫୩୩କୁ ବୃଦ୍ଧି ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଗୁରୁବାର ତଥ୍ୟ ଅନୁସାଯାୟୀ ଖୋର୍ଦ୍ଧା ଜିଲ୍ଲାରୁ ୧୬୯ ଜଣ ସୁସ୍ଥ ହୋଇଛନ୍ତି। ଶ୍ର୍ହିପରି ବାଲେଶ୍ୱର ଜିଲ୍ଲାରୁ ୧୧୦ ଜଣ, କଟକ ୧୦୭ ଜଣ, ସୁନ୍ଦରଗଡ଼ ୯୭ ଜଣ, ଜଗତସିଂହପୁର ୯୩ ଜଣ, କେନ୍ଦୁଝର ୯୦ ଜଣ, ଅନୁଗୁଳ ୮୪ ଜଣ, ବଲାଙ୍ଗୀର ୬୭ ଜଣ, ମୟୂରଭଂଜ, ନୂଆପଡ଼ା ୬୦ ଜଣ ଲେଖାଏଁ ଓ କେନ୍ଦ୍ରାପଡ଼ା ୫୦ ଜଣ, ଢେଙ୍କାନାଳ ୪୧ ଜଣ, କଳାହାଣ୍ଡି ୪୦ ଜଣ, ନୟାଗଡ଼ ୩୫ ଜଣ, ଝାରସୁଗୁଡ଼ା ୩୩ ଜଣ, ବରଗଡ଼, ପୁରୀ ୩୨ ଜଣ ଲେଖାଏଁ, ଯାଜପୁର ୨୯ ଜଣ, ନବରଂଗପୁର ୨୮ ଜଣ, ଗଂଜାମ ୨୬ ଜଣ, ସମ୍ବଲପୁର ୨୩ ଜଣ, କେରାପୁଟ ୨୨ ଜଣ, କନ୍ଧମାଳ ୧୯ ଜଣ, ବୌଦ୍ଧ ୧୫ ଜଣ, ଭଦ୍ରକ ୧୪ ଜଣ, ସୁବର୍ଣ୍ଣପୁର ୧୩ ଜଣ, ଦେବଗଡ଼, ମାଲକାନଗିରି ଜିଲ୍ଲାରୁ ୧୧ ଜଣ ଲେଖାଏଁ, ଗଜପତି ୧୦ ଜଣ, ରାୟଗଡ଼ା ୮ ଜଣ ଓ ରାଜ୍ୟପୁଲରୁ ୩୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ମତାମତ ଦିଅନ୍ତୁ ।