ସୁସ୍ଥ ହେଲେ ୧୫୨୦ କରୋନା ଆକ୍ରାନ୍ତ

ଭୁବନେଶ୍ଵର : ରାଜ୍ୟରେ ଆଜି ୧୫୨୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଆରୋଗ୍ୟଙ୍କ ସଂଖ୍ୟା ୨୮୨୦୭୩ରେ ପହଞ୍ଚିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗଏହି ସୂଚନା ଦେଇଛି।

ବୁଧବାର ତଥ୍ୟ ଅନୁଯାୟୀ ଖୋର୍ଦ୍ଧାରୁ ସର୍ବାଧିକ ୨୮୫ଜଣ ସୁସ୍ଥ ହୋଇଛନ୍ତି। ସେହିପରି ମୟୂରଭଞ୍ଜରୁ ୧୧୩ ସୁସ୍ଥ ହୋଇଥିବା ବେଳେ କଟକରୁ ୧୦୨, ଜଗତସିଂହପୁରରୁ ୯୪, ଅନୁଗୋଳରୁ ୮୯, ନୂଆପଡାରୁ ୭୦, ଝାରସୁଗୁଡାରୁ ୬୮, ସୁନ୍ଦରଗଡରୁ ୬୫, ବଲାଙ୍ଗୀରରୁ ୬୩, କେନ୍ଦ୍ରାପଡାରୁ ୫୩ ଓ ବାଲେଶ୍ୱରରୁ ୫୦ଜଣ, ଯାଜପୁରରୁ ୪୮, ବରଗଡରୁ ୪୬, ପୁରୀରୁ ୪୫, ଗଞ୍ଜାମରୁ ୩୬, କେନ୍ଦୁଝରରୁ ୩୦, ସମ୍ବଲପୁରରୁ ୨୭, ଭଦ୍ରକରୁ ୨୬, ଢେଙ୍କାନାଳରୁ ୨୫, ସୋନପୁରରୁ ୨୫, କଳାହାଣ୍ଡିରୁ ୨୪, କୋରାପୁଟରୁ ୨୪, ବୌଦ୍ଧରୁ ୧୭, ନବରଙ୍ଗପୁରରୁ ୧୬, ନୟାଗଡରୁ ୧୬, ଦେବଗଡରୁ ୧୧, ରାୟଗଡାରୁ ୧୦ ଓ କନ୍ଧମାଳରୁ ୮ଜଣ, ମାଲକାନଗିରିରୁ ୮ ଓ ଗଜପତିରୁ ୫ଜଣ ସୁସ୍ଥ ହୋଇଛନ୍ତି।

ମତାମତ ଦିଅନ୍ତୁ ।