ସୁସ୍ଥ ହେଲେ ୨୭୭୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ ଆଜି ୨୭୭୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କୁ ମିଶାଇ ସୁସ୍ଥ ହୋଇଥିବା ସଂଖ୍ୟା ୨୩୮୫୩୫ରେ ପହଁଚିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଗୁରୁବାର ତଥ୍ୟ ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାରୁ ୪୫୭ ସୁସ୍ଥ ହୋଇଛନ୍ତି। ସେହିପରି କଟକରୁ ୨୦୨, ପୁରୀରୁ ୧୮୫, ଅନୁଗୋଳରୁ ୧୮୨, କେନ୍ଦ୍ରାପଡାରୁ ୧୫୦, ନୂଆପଡାରୁ ୧୪୨, ସୁନ୍ଦରଗଡରୁ ୧୦୬, ବାଲେଶ୍ୱରରୁ ୯୪, ଯାଜପୁରରୁ ୯୧, କଳାହାଣ୍ଡିରୁ ୭୮, ବଲାଙ୍ଗୀରରୁ ୭୪, ବରଗଡରୁ ୭୩, କେନ୍ଦୁଝରରୁ ୭୨, ସମ୍ବଲପୁରରୁ ୭୨, ମୟୂରଭଞ୍ଜରୁ ୬୮, ମାଲକାନଗିରିରୁ ୬୭, ଜଗତସିଂହପୁରରୁ ୬୫, ନବରଙ୍ଗପୁରରୁ ୬୨, ସୋନପୁରରୁ ୫୯, ଝାରସୁଗୁଡାରୁ ୫୬, ନୟାଗଡରୁ ୫୫, ରାୟଗଡାରୁ ୫୪, କୋରାପୁଟରୁ ୫୧, କନ୍ଧମାଳରୁ ୪୩, ଭଦ୍ରକରୁ ୩୩, ଗଞ୍ଜାମରୁ ୩୧, ଢେଙ୍କାନାଳରୁ ୨୭, ବୌଦ୍ଧରୁ ୨୧ ଓ ଦେବଗଡରୁ ୧୮ ଓ ଷ୍ଟେଟ ପୁଲରୁ ୮୪ ଜଣ ସୁସ୍ଥ ହୋଇଛନ୍ତି।

ମତାମତ ଦିଅନ୍ତୁ ।