Breaking Newsରାଜ୍ୟ

ସୁସ୍ଥ ହେଲେ ୧୭୮୫ କରୋନା ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ ଆଜି ୧୭୮୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କୁ ମିଶାଇ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩୪୮୦୫ରେ ପହଁଚିଛି।

ମଙ୍ଗଳବାର ତଥ୍ୟ ଅନୁଯାୟୀ ଗଞ୍ଜାମରୁ ସର୍ବାଧିକ ୪୦୪ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ୨୬୩, କଟକରୁ ୧୨୬, ସମ୍ବଲପୁରରୁ ୧୨୬, କେଉଁଝରରୁ ୧୦୧, ମାଲକାନଗିରରୁ ୯୧, କନ୍ଧମାଳରୁ ୮୪, ରାୟଗଡାରୁ ୮୧, ଗଜପତିରୁ ୮୦, ଢେଙ୍କାନାଳରୁ ୬୦, ମୟୂରଭଞ୍ଜରୁ ୫୦, ଯାଜପୁରରୁ ୪୯, କଳାହାଣ୍ଡିରୁ ୪୮, ବାଲେଶ୍ୱରରୁ ୩୨, ନୟାଗଡରୁ ୩୧, ସୁନ୍ଦରଗଡରୁ ୩୦ଜଣ ସୁସ୍ଥ ହୋଇଛନ୍ତି। ଏହାଛଡା ଭଦ୍ରକରୁ ୨୮, କେନ୍ଦ୍ରାପଡାରୁ ୨୪, ପୁରୀରୁ ୨୨, ବରଗଡରୁ ୧୦, ନୂଆପଡାରୁ ୧୦, ନବରଙ୍ଗପୁରରୁ ୮, ଜଗତସିଂପୁର ଓ କୋରାପୁଟରୁ ୭ଜଣ ଲେଖାଏଁ, ବଲାଙ୍ଗୀରରୁ ୫, ବୌଦ୍ଧରୁ ୪, ଝାରସୁଗୁଡାରୁ ୩ ଓ ଦେଓଗଡରୁ ଜଣେ ସୁସ୍ଥ ହୋଇଛନ୍ତି।

ମତାମତ ଦିଅନ୍ତୁ ।

Back to top button