ସୁସ୍ଥ ହେଲେ ୨୦୦୩ କରୋନା ଆକ୍ରାନ୍ତ

ଭୁବନେଶ୍ଵର : ରାଜ୍ୟରେ କରୋନା ପ୍ରକୋପ କମୁଛି। ପ୍ରତିଦିନ ସଂଖ୍ୟା ତଳକୁ ଖାସୁଥିବା ବେଳେ ଆଜି ୨୦୦୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କୁ ମିଶାଇ ଆରୋଗ୍ୟଙ୍କ ସଂଖ୍ୟା ୨୬୬୧୦୫ରେ ପହଞ୍ଚିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ସୋମବାର ତଥ୍ୟ ଅନୁଯାୟୀ ଖୋର୍ଦ୍ଧାରୁ ସର୍ବାଧିକ ୨୨୯ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଅନୁଗୋଳରୁ ୧୫୯, କଟକରୁ ୧୪୧, ସୁନ୍ଦରଗଡରୁ ୧୩୧, ଯାଜପୁରରୁ ୧୧୩, ବାଲେଶ୍ୱରରୁ ୧୦୪, ମୟୂରଭଞ୍ଜରୁ ୧୦୧, କଳାହାଣ୍ଡିରୁ ୯୧, କେନ୍ଦ୍ରାପଡାରୁ ୮୦, ବରଗଡରୁ ୭୮, ବଲାଙ୍ଗୀରରୁ ୭୨, ପୁରୀରୁ ୬୯, କେନ୍ଦୁଝରରୁ ୫୩, କୋରାପୁଟରୁ ୫୩, ଜଗତସିଂହପୁରରୁ ୪୮, ନୂଆପଡାରୁ ୪୭, ଝାରସୁଗୁଡାରୁ ୪୬, ନବରଙ୍ଗପୁରରୁ ୪୫, ସୋନପୁରରୁ ୪୩, ଢେଙ୍କାନାଳରୁ ୩୬, ସମ୍ବଲପୁରରୁ ୩୫, ଗଞ୍ଜାମରୁ ୩୩, କନ୍ଧମାଳରୁ ୩୧, ମାଲକାନଗିରିରୁ ୨୯, ନୟାଗଡରୁ ୨୪, ଭଦ୍ରକରୁ ୧୭, ରାୟଗଡାରୁ ୧୬, ଦେବଗଡରୁ ୧୩, ବୌଦ୍ଧରୁ ୧୧ ଓ ଗଜପତିରୁ ୫ଜଣ ସୁସ୍ଥ ହୋଇଛନ୍ତି।

ମତାମତ ଦିଅନ୍ତୁ ।