ସୁସ୍ଥ ହେଲେ ୨୫୭୭ କରୋନା ଆକ୍ରାନ୍ତ

ଭୁବନେଶ୍ଵର : ରାଜ୍ୟରେ ଆଜି ୨୫୭୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କୁ ମିଶାଇ ସୁସ୍ଥ ହୋଇଥିବା ସଂଖ୍ୟା ୨ ଲକ୍ଷ ୩୦ ହଜାର ୧୯୨ରେ ପହଞ୍ଚିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏହି ସୂଚନା ଦେଇଛି।

ସୋମବାର ତଥ୍ୟ ଅନୁଯାୟୀ କଟକ ଜିଲ୍ଲାରୁ ସର୍ବାଧିକ ୨୪୪ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଯାଜପୁର ୧୩୭ ଜଣ, ଖୋର୍ଦ୍ଧା ୧୨୪ ଜଣ, ବାଲେଶ୍ୱର ଓ ସମ୍ବଲପୁର ୧୨୦ ଜଣ ଲେଖାଏଁ, କେନ୍ଦ୍ରାପଡ଼ା ଓ ପୁରୀରୁ ୧୧୪ ଲେଖାଏଁ, ସୁନ୍ଦରଗଡ଼ ୧୧୧, ଅନୁଗୁଳ ୧୦୮,ବଲାଙ୍ଗୀର ୧୦୩, ମୟୁରଭଞ୍ଜ ୧୦୧, ବରଗଡ଼ ୯୭, ନୂଆପଡ଼ା ୯୦, ନବରଙ୍ଗପୁର ୮୧, କେନ୍ଦୁଝର ୭୪, ଜଗତସିଂହପୁର ୭୧, ଢେଙ୍କାନାଳ ୬୯, ଭଦ୍ରକ ଓ ନୟାଗଡ଼ରୁ ୬୭ ଲେଖାଏଁ, ଝାରସୁଗୁଡ଼ା ୬୨, ମାଲକାନଗିରି ୫୭, କନ୍ଧମାଳ ୪୯, ସୋନପୁର ୪୫, କଳାହାଣ୍ଡି ୩୯, ଗଞ୍ଜାମ ୩୬, ବୌଦ୍ଧ ୩୪,କୋରାପୁଟ ୩୩, ଦେବଗଡ଼ ୨୩, ରାୟଗଡ଼ା ୧୯, ଗଜପତି ୧୩ ଓ ଷ୍ଟେଟ ପୁଲରୁ ୧୫୫ ସୁସ୍ଥ ହୋଇଛନ୍ତି।

ମତାମତ ଦିଅନ୍ତୁ ।