ସୁସ୍ଥ ହେଲେ ୨୭୭୫ କରୋନା ଆକ୍ରାନ୍ତ

ଭୁବନେଶ୍ଵର : ରାଜ୍ୟରେ ଆଜି ୨୭୭୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଆରୋଗ୍ୟଙ୍କ ସଂଖ୍ୟା ୨ ଲକ୍ଷ ୩୫ ହଜାର ୭୬୩କୁ ବୃଦ୍ଧି ପାଇଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ଵିଟ୍ ଯୋଗେ ଏହି ସୂଚନା ଦିଆଯାଇଛି।

ବୁଧବାର ତଥ୍ୟ ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୦୦ ସୁସ୍ଥ ହୋଇଛନ୍ତି। ସେହିପରି ନୂଆପଡାରୁ ୧୮୯, କଟକରୁ ୧୮୩, ବରଗଡରୁ ୧୪୮, କେନ୍ଦ୍ରାପଡାରୁ ୧୩୬, ଅନୁଗୁଳରୁ ୧୨୩, ଯାଜପୁରରୁ ୧୧୭, ଭଦ୍ରକରୁ ୧୧୪, ସମ୍ବଲପୁରରୁ ୧୦୫, ମୟୂରଭଞ୍ଜରୁ ୧୦୦, ବଲାଙ୍ଗିରରୁ ୮୯, କେନ୍ଦୁଝରରୁ ୭୯, ନବରଙ୍ଗପୁରରୁ ୭୩, ସୁନ୍ଦରଗଡରୁ ୭୧, ମାଲକାନଗିରିରୁ ୭୦, ଢେଙ୍କାନାଳରୁ ୬୯, ବାଲେଶ୍ଵରରୁ ୬୭, ଜଗତସିଂହପୁରରୁ ୫୮, କନ୍ଧମାଳରୁ ୪୮, ସୋନପୁରରୁ ୪୭, ରାୟଗଡାରୁ ୪୬, ପୁରୀରୁ ୪୩, ଝାରସୁଗୁଡାରୁ ୩୯, କଳାହାଣ୍ଡିରୁ ୩୯, କୋରାପୁଟରୁ ୩୫, ନୟାଗଡରୁ ୩୦, ଗଞ୍ଜାମରୁ ୨୩, ଦେବଗଡରୁ ୨୦, ବୌଦ୍ଧରୁ ୭ ଓ ଗଜପତିରୁ ୭ ଜଣ ସୁସ୍ଥ ହୋଇଛନ୍ତି।

ମତାମତ ଦିଅନ୍ତୁ ।