ସୁସ୍ଥ ହେଲେ ୩୮୮୫ କରୋନା ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ ଆଜି ୩୮୮୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କୁ ମିଶାଇ ସୁସ୍ଥ ହୋଇଥିବା ସଂଖ୍ୟା ୨ ଲକ୍ଷ ୨୪ ହଜାର ୨୭୩କୁ ବୃଦ୍ଧି ପାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଜରିଆରେ ଏହି ସୂଚନା ଦିଆଯାଇଛି।

ଶନିବାର ତଥ୍ୟ ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାରୁ ୧୧୪୩ ଜଣ ସୁସ୍ଥ ହୋଇଛନ୍ତି। ସେହିପରି କଟକ ଜିଲ୍ଲାରୁ ୩୨୫ ଜଣ, ପୁରୀ ୧୯୩ ଜଣ, ଝାରସୁଗୁଡ଼ା ୧୫୯ ଜଣ, ବାଲେଶ୍ୱର ୧୩୩ ଜଣ, ମୟୂରଭଂଜ ୧୨୯ ଜଣ, ଯାଜପୁର ୧୨୬ ଜଣ, କେନ୍ଦୁଝର ୧୨୪ ଜଣ, କେନ୍ଦ୍ରାପଡ଼ା ୧୨୨ ଜଣ, ସୁନ୍ଦରଗଡ଼ ୧୨୧ ଜଣ, କଳାହାଣ୍ଡି ୧୧୨ ଜଣ, ବଲାଙ୍ଗୀର ୧୦୩ ଜଣ, ବରଗଡ଼ ୮୧ ଜଣ, ନୂଆପଡ଼ା ୮୦ ଜଣ, ଢେଙ୍କାନାଳ ୭୯ ଜଣ, ଜଗତସିଂହପୁର, ସମ୍ବଲପୁର ଜିଲ୍ଲାରୁ ୭୨ ଜଣ ଲେଖାଏଁ, ରାୟଗଡ଼ା ୭୦ ଜଣ, ଭଦ୍ରକ ୬୪ ଜଣ, କନ୍ଧମାଳ ୫୯ ଜଣ, ନବରଂଗପୁର ୫୬ ଜଣ, ନୟାଗଡ଼ ୫୨ ଜଣ ଓ ସୁବର୍ଣ୍ଣପୁର ୫୦ ଜଣ। କୋରାପୁଟ ୪୮ ଜଣ, ଗଂଜାମ ୪୨ ଜଣ, ବୌଦ୍ଧ ୨୬ ଜଣ, ମାଲକାନଗିରି ୨୬ ଜଣ, ଅନୁଗୁଳ ୧୯ ଜଣ, ଦେବଗଡ଼ ୧୬ ଜଣ, ଗଜପତି ୧୫ ଜଣ ଓ ଷ୍ଟେଟ ପୁଲରୁ ୧୬୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ମତାମତ ଦିଅନ୍ତୁ ।